ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ୫୫ ଲକ୍ଷ ଋଣ ଜାଲିଆତି

Spread the love

ବାରିପଦା ୧୦/୦୮/୨୦୨୦ (ସନ୍ଧାନ ନିଉଜ) ବାରିପଦା ଉପଖଣ୍ଡର ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଗାଁ ଅମଦ୍ଧା ସ୍ଥିତ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ  ଶାଖାରୁ ଗତ ୨୦୧୫-୨୦୧୬ ମସିହାରେ ତତ୍କାଳିନ ଶାଖା ପରିଚାଳକଙ୍କୁ ପ୍ରତ୍ୟେକ୍ଷ ସହାୟତାରେ ଜାଲ ଡକ୍ୟୁମେଣ୍ଟମାଧ୍ୟମରେ ୫୫ ଲକ୍ଷ ଟଙ୍କାଋଣ ପ୍ରଦାନ କରାଯାଇ ଅର୍ଥ  ଆତ୍ମସାତ କରାଯାଇଥିବା ଶୁକ୍ରବାର ରାସଗୋବିନ୍ଦପୁର  ଥାନାରେ ଅଭିଯୋଗ ହୋଇଛି । ଉପରୋକ୍ତ ବ୍ୟାଙ୍କ ଋଣ ଜାଲିଆତି, ଠକେଇ ଏବଂ ଅର୍ଥ ତୋଷରପାତ ଘଟଣାରେ ବାରିପଦା ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟର ରିଜିଓନାଲ ମ୍ୟାନେଜର ମାନସ ରଞ୍ଜନ ଦାସଙ୍କ ଅଭିଯୋଗକ୍ରମେ ଶୁକ୍ରବାର ମଧ୍ୟାହ୍ନରେ ରାସଗୋବିନ୍ଦପୁର ଥାନାରେ ପୃଥକ ଭାବେ

୩ ଗୋଟି ମାମଲା ରୁଜୁ କରାଯାଇଥିବା  ଜଣାପଡ଼ିଛି । ତେବେ ଏହି ବ୍ୟାଙ୍କ ଠକେଲ ଓ ଜାଲିଆତି ଘଟଣାର ପ୍ରତ୍ୟେକ କେଶ୍ ରେ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ଗାଁ ଅମର୍ଦ୍ଧା ଶାଖାର ପୂର୍ବତନ ଶାଖା ପରିଚାଳକ କୈଳାଶ ଚନ୍ଦ୍ର ମାହାଳିକଙ୍କୁ ଏବଂ ଜାଲ୍ ଡକ୍ୟୁମେଣ୍ଟ ଦାଖଲ କରି ଲକ୍ଷ ଲକ୍ଷ ଟଙ୍କା ଋଣ ନେଇ ଅର୍ଥ ଆତ୍ମସାତ କରିଥିବା ପ୍ରାୟ ୨୧ ଜଣଙ୍କ ବିରୋଧରେ କେଶ ନମ୍ବର-୧୪୩/୨୦ । ଏବଂ କେଶ୍ ନମ୍ବର-୧୪୫/୨୦ରେ ଠକେଇ ଓ ଅର୍ଥ ତୋଷରପାତ ଅଭିଯୋଗରେ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁଯାୟୀ ଗତ ୨୦୧୬ ମସିହା ଅଗଷ୍ଟ ମାସ ୧୦ ତାରିଖରେ  ଗାଁ ଅମର୍ଦ୍ଧା  ସ୍ଥିତ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ଶାଖାର ତତ୍କାଳୀନ ଶାଖା ପରିଚାଳକ କୈଳାଶ ଚନ୍ଦ୍ର  ମାହାଳିକ ସ୍ଥାନୀୟ ୧୯ ଜଣ ଗ୍ରାମବାସୀଙ୍କୁ  ଜାଲ୍  ଡକ୍ୟୁମେଣ୍ଟ ଜରିଆରେ ମୋଟ ୧୧ ଲକ୍ଷ ୬୯ ହଜାର ୬୫୬ ଟଙ୍କା ଋଣ ପ୍ରଦାନ କରିଥିବା ବେଳେ ଅନୁରୂପକ ଭାବେ ଗତ ୨୦୧୫ ମସିହା ଜୁଲାଇ ମାସ ୧୦ ତାରିଖରେ  ତତ୍କାଳୀନ ଶାଖା ପରିଚାଳକ ବାରିପଦାର ଚାରବାଳା ସାମଲ ନାମକ ଜଣେ ମହିଳାଙ୍କୁ ଜାଲ୍ କାଗଜପତ୍ର ମାଧ୍ୟମରେ ଛତୁଚାଷ ପାଇଁ  ୧୯ ଲକ୍ଷ ୫୫ ହଜାର ଟଙ୍କା ବ୍ୟାଙ୍କ ଋଣ ମଞ୍ଜୁର କରାଯିବା ସହିତ ଗତ ୨୦୧୫ ମସିହା ପେବୃଆରୀ ୨୪ ତାରିଖରେ ଗାଁ ଅମର୍ଦ୍ଧା ଗ୍ରାମର ଦିଲୀପ କୁମାର ଗିରି ନାମକ ଜଣେ ତ ବ୍ୟକ୍ତିଙ୍କୁ ତାଙ୍କର ଜାଲ୍  କାଗଜପତ୍ର ଜରିଆରେ  ଛତୁଚାଷ ନିମନ୍ତେ ତତ୍କାଳୀନ ଗାଁ ଅମର୍ଦ୍ଧା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ପରିଚାଳକ ୨୩ଲକ୍ଷ ୫୮ ହଜାର ୩୦୦ ଟଙ୍କା ଋଣ ମଞ୍ଜୁର କରାଯାଇ  ମିଳିମିଶି ବ୍ୟାଙ୍କ ଟଙ୍କା ଆତ୍ମସାତ କରାଯାଇଥିବା  ଅଭିଯୋଗ ହୋଇଛି ।

Related Posts

About The Author

Add Comment