ଜେନାପୁର,୦୫/୧୧(ସନ୍ଧାନ ନ୍ୟୁଜ) ଓଡିଶା ଗ୍ରାମୀଣ ବ୍ୟାଙ୍କ୍ ଚଣ୍ତିଖୋଲ ଆଞ୍ଚଳିକ କାର୍ଯ୍ୟାଳୟ ଅଧିନରେ ଥିବା ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଶାଖାରେ ଭିଜିଲାନ୍ସ ସଚେତନ ସପ୍ତାହ ପାଳିତ ହୋଇଯାଇଛି । ସେହିପରି ଜେନାପୁର ଶାଖାରେ ଶାଖାପରିଚାଳକ ବିଶ୍ୱଜିତ୍ ନାୟକଙ୍କ ଅଧ୍ୟକ୍ଷତାରେ ଭ୍ରଷ୍ଟାଚାର ନିରୋଧର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଶାଖାରେ ଦୁର୍ନୀତି ଓ ଲାଞ୍ଚ ଠାରୁ ଦୂରେଇ ରହିବା ପାଇଁ ଏକ ଶପଥ ପାଠ କରାଯାଇଥିଲା । ଉଭୟ ସରକାରୀ ଘରୋଇ କାର୍ଯ୍ୟ କ୍ଷେତ୍ରରେ ଦୁର୍ନୀତି ଓ ଭ୍ରଷ୍ଟାଚାରର ସୁଯୋଗ ରହିଛି । ଏହି ପରିପ୍ରେକ୍ଷୀରେ ସୁଦୃଢ଼ ପ୍ରତିରୋଧ ଓ ନିୟନ୍ତ୍ରଣ ଦ୍ବାରା ଦୁର୍ନୀତିର ନିବାରଣ କରାଯାଇପାରିବ ବୋଲି ଶ୍ରୀ ନାୟକ କହିଥିଲେ। ଦୁର୍ନୀତି ଏବେ ତା’ର ସୁଦୂର ପ୍ରସାରୀ ପକ୍ଷ ବିସ୍ତାର କରି ସମଗ୍ର ବିଶ୍ୱକୁ ଗ୍ରାସ କରିବାରେ ଲାଗିଛି । ଅଳ୍ପ କେତେକ ଦେଶକୁ ଛାଡିଦେଲେ ଅନ୍ୟ ସବୁ ରାଷ୍ଟ୍ରରେ ଦୁର୍ନୀତି ହିଁ ବିକାଶ ପ୍ରକ୍ରିୟାକୁ ବହୁ ଅଂଶରେ ରୋକି ଦେଇଛି । ସମାଜରୁ ଦୁର୍ନୀତି ନିବାରଣ ପାଇଁ ସାଧାରଣ ଜନତାଙ୍କୁ ଶିକ୍ଷା ଦେବା ଲକ୍ଷ୍ୟରେ ସାରା ରାଜ୍ୟର ସମସ୍ତ ବ୍ୟାଙ୍କ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ,ବେସରକାରୀ କାର୍ଯ୍ୟାଳୟରେ ସଚେତନତା ସପ୍ତାହ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜେନାପୁର ଶାଖାର ଅତିରିକ୍ତ ଶାଖାପରିଚାଳ ସାଗର ମହାରଣା,କୋଷାଧ୍ଯକ୍ଷ ସୌରଭ ମଣ୍ତଳ, ମାନସ ରଞ୍ଜନ ପ୍ରଧାନ ଓ ବ୍ୟାଙ୍କମିତ୍ର ପ୍ରତିମା କବି ସହ ଗ୍ରାହକମାନେ ଉପସ୍ଥିତ ଥିଲେ ।
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କପକ୍ଷରୁ ଭିଜିଲାନ୍ସ ସଚେତନତା ସପ୍ତାହପାଳିତ
|
November 5, 2025 |



