ଓଡ଼ିଶାର ସରକାରୀ ମହାବିଦ୍ୟାଳୟ କାର୍ଯ୍ୟରତ ଅଧ୍ୟାପକ ଅଧ୍ୟାପିକାଙ୍କୁ ବଦଳି ଦାବି, ପାଠପଢ଼ି ଶିକ୍ଷିତ ଯୁବକ ଯୁବତୀ ପକେଟ ମାର କରିବେ
ଓଡ଼ିଶାର ସରକାରୀ ମହାବିଦ୍ୟାଳୟ କାର୍ଯ୍ୟରତ ଅଧ୍ୟାପକ ଅଧ୍ୟାପିକାଙ୍କୁ ବଦଳି ଦାବି, ପାଠପଢ଼ି ଶିକ୍ଷିତ ଯୁବକ ଯୁବତୀ ପକେଟ ମାର କରିବେ
Sandhan News |
November 1, 2025 |

ଦୀର୍ଘଦିନ ଧରି ବଦଳୀ ହୋଇନି,
ଲକ୍ଷାଧିକ ବେତନ ନେଇବି ପାଠ୍ୟକ୍ରମରେ ଢ଼ିଲା ମାରୁଛନ୍ତି
ବଢ଼ୁଛି ଦୂର୍ନିତି
ଭୁବନେଶ୍ୱର, ୧/୧୧/୨୦୨୫ (ସନ୍ଧାନ ନ୍ୟୁଜ) ଓଡ଼ିଶାର ବିଭିନ୍ନ ସରକାରୀ ମହାବିଦ୍ୟାଳୟ, ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ମଡେଲ ଡିଗ୍ରି କଲେଜ ଓ ସରକାରୀ ମହିଳା ମହାବିଦ୍ୟାଳୟଗୁଡ଼ିକରେ ଦୀର୍ଘଦିନ ଅଧ୍ୟାପକ ଅଧ୍ୟାପିକା ଏବଂ ଅନ୍ୟାନ କର୍ମଚାରୀ ମାନଙ୍କର ବଦଳୀି ହୋଇନାହିଁ । ଫଳରେ ବିଭିନ୍ନ କଲେଜରେ ପାଠକ୍ରମରେ ବାଧା ହେବା ସହିତ ଦୁର୍ନିତି ବଢ଼ିବାରେ ଲାଗିଛି । କେହି କେହି ୧୦ ବର୍ଷରୁ ଅଧିକ ସମୟ ହେଲା ସେହି ଏକେ ମହାବିଦ୍ୟାଳୟରେ ଅଧ୍ୟାପକ ଓ ଅଧ୍ୟାପିକାମାନେ କାର୍ଯ୍ୟରତ ଅଛନ୍ତି । ଅନ୍ୟପଟରେ ଏକେ ଅତିଥି ଅଧ୍ୟାପକ ଅବସର ପ୍ରାପ୍ତ ବ୍ୟକ୍ତିମାନଙ୍କ ନେଇ କଲେଜ କାର୍ଯ୍ୟକାରୀ ହେବାକୁ ସରକାରୀ ପତ୍ର ଲେଖିଛନ୍ତି । ଫଳରେ ଅନେକ ଉଚ୍ଚଶିକ୍ଷିତ ଡିଗ୍ରୀଧାରୀ ଚାକିରୀ ନପାଇ ହତାଶ ହୋଇଛି । ଏହା ନେଇ ବିଭିନ୍ନ ଶିକ୍ଷକ, ଛାତ୍ର ଓ ସ୍ଥାନୀୟ ମନ୍ଦଳୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଏପରକି ଉଚ୍ଚନ୍ୟିାଳୟ ମଧ୍ୟ ସରକାରୀ କଡା ଭାଷରେ ନିନ୍ଧା କରିଛି । ତେବେ ଏଭଳି ସ୍ଥିତ ହେଲେ ବିଜେପି ସରକାର ପ୍ରତି ବିପଦ ଆସିବା ସହିତ ପରବର୍ତ୍ତୀୀ ସମୟରେ ଭୋଟ ହାର ମଧ୍ୟ କମିବାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି ।
ସୂଚନା ଥାଉକି ଫୁଲବାଣୀ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଏସ.ଏମ. ସରକାରୀ ମହିଳା ମହାବିଦ୍ୟାଳୟ, ଫୁଲବାଣୀରେ ଏହି ସମସ୍ୟା ଅଧିକ ଗୁରୁତର ରୂପ ନେଇଛି । ସେଠାରେ ଅନେକ ଅଧ୍ୟାପକ ୧୯୯୯ ମସିହାରୁ +୨ ଶିକ୍ଷାରେ ଯୋଗଦେଇ, ପରେ +୩ ଶିକ୍ଷାରେ ପ୍ରମୋସନ ହୋଇ, ସେହି ମହାବିଦ୍ୟାଳୟରେ ଦୀର୍ଘଦିନ ଧରି କାର୍ଯ୍ୟରତ ଅଛନ୍ତି । ଏହା ଫଳରେ ସେମାନଙ୍କ ମଧ୍ୟରୁ କିଛିଙ୍କ ମଧ୍ୟରେ ସ୍ୱେଚ୍ଛାଚାରିତା ଓ ଦୁର୍ନୀତି ବୃଦ୍ଧି ପାଇଛି ବୋଲି ଅଭିଯୋଗ ହୋଇଛି । ସ୍ଥାନୀୟ ମଣିଷ ଓ ଶିକ୍ଷାପ୍ରିୟ ବ୍ୟକ୍ତିମାନେ କହୁଛନ୍ତି ଯେ, ଦୀର୍ଘଦିନ ଏକେ ସ୍ଥାନରେ ରହିବା ଫଳରେ କାର୍ଯ୍ୟକ୍ଷମତା କମିଯାଉଛି ଓ ନବଚେତନାର ଅଭାବ ଦେଖାଯାଉଛି । ଅନ୍ୟପଟେ ଅନେକ ଯୁବ ଅଧ୍ୟାପକ ଅଧ୍ୟାପିକା ଦୀର୍ଘଦିନ ଧରି ପର୍ବତ, ଅନୁକୂଳ ଓ ଦୁର୍ଗମ ଅଂଚଳରେ କାର୍ଯ୍ୟ କରୁଥିଲେ ସେମାନେ ମଧ୍ୟ ସ୍ଥାନାନ୍ତର ଅପେକ୍ଷାରେ ରହିଛନ୍ତି । ଅନେକ ଶିକ୍ଷକ ସଂଘ ଓ ସ୍ଥାନୀୟ ନାଗରିକମାନେ ଉଚ୍ଚ ଶିକ୍ଷା ବିଭାଗକୁ ବିଦ୍ୟୁତ ଠିକଣା ଓ ଲିଖିତ ଦରଖାସ୍ତ ଦେଇ ଏହି ମାମଲାରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଏହାର କୌଣସି ସୁଫଳ ଦେଖାଯାଇନାହିଁ । ସେମାନଙ୍କ ଦାବି, ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ନିୟମିତ ଭାବେ ସମସ୍ତ ସରକାରୀ ମହାବିଦ୍ୟାଳୟରେ ବଦଳି ପ୍ରଣାଳୀ ଆରମ୍ଭ କରାଯିବା ଉଚିତ, ଯାହା ଫଳରେ ଶିକ୍ଷା ରେ ନୂତନ ଉତ୍ସାହ ଆସିବ ଓ ଦୁର୍ନୀତି ଓ ସ୍ୱେଚ୍ଛାଚାରିତା ହ୍ରାସ ପାଇବ । ଏହି ଅଭିଯୋଗ ମାଧ୍ୟମରେ ସ୍ପଷ୍ଟ ଯେ, ରାଜ୍ୟର ଉଚ୍ଚ ଶିକ୍ଷା ବ୍ୟବସ୍ଥାରେ ପାରଦର୍ଶିତା ଓ ସମନ୍ତା ନିଶ୍ଚିତ କରିବା ପାଇଁ ଏକ ସୁସ୍ଥ ବଦଳି ପ୍ରକ୍ରିୟା ଅତ୍ୟାବଶ୍ୟକ ହୋଇପଡ଼ିଛି ।
Related Posts
About The Author