ଭୁବନେଶ୍ୱର, ୦୧/୦୪ (ସନ୍ଧାନ ନିୟୁଜ/ବି.ଏନ.ପି) ଇସଲାମ୍ ସମ୍ପ୍ରଦାୟର ତୁବଲିକ୍-ଇ-ଜମାତ ନାମକ ଏହି ଧାର୍ମିକ ଅନୁଷ୍ଠାନ ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳର ଧର୍ମସଭାରେ ସମାବେଶରେ ଯୋଗ ଦେଇଥିବା ଓଡିଶାର ୧୫ ଜଣ ପିଜିଟିଭ ବୋଲି ଗୁଜବ ଚର୍ଚ୍ଚା ଏକ ଘୃଣ୍ୟ, ନିନ୍ଦନୀୟ କାର୍ୟ୍ୟ । ଗୁଜବକାରୀଙ୍କ ବିରୋଧରେ ଅତି କଠୋର କାର୍ୟ୍ୟାନୁଷ୍ଠାନ ନିଆଯିବବୋଲି ଆଇଇସିର ମୁଖ୍ୟ ସୁବ୍ରତ ବାଗ୍ଚି ଗଣମାଧ୍ୟମକୁ ସୁଚନା ଦେଇଛନ୍ତି । ସୁଚନାଯୋଗ୍ୟ-ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ଏକ ଧର୍ମସଭା ଶେଷରେ ଶହ ଶହ ଲୋକଙ୍କ ପାଇଁ କାଳ ହୋଇଛି । ସମାବେଶରେ ଯୋଗ ଦେଇଥିବା ଅନେକ ଲୋକ ଏବେ କରୋନାରେ ସଂକ୍ରମିତ ହୋଇଥିବାର ଖବର ଆସୁଛି । ଇସଲାମ୍ ସମ୍ପ୍ରଦାୟର ତୁବଲିକ୍-ଇ-ଜମାତ ନାମକ ଏହି ଧାର୍ମିକ ଅନୁଷ୍ଠାନ ନିଜାମୁଦ୍ଦିନ ସ୍ଥିତ ଏକ ମସଜିଦରେ ଆୟୋଜିତ ହୋଇଥିଲା ବେଳେ ଏଭଳି ଅଘଟଣର ଖବର ଦେଶବାସୀଙ୍କୁ ସ୍ତମ୍ବିଭୂତ କରିଦେଇଛି । ଶିବିରରେ ଯୋଗ ଦେଇଥିବା କାଶ୍ମୀରର ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ପରେ ଏ ଖବର ବାହାରକୁ ଆସିଥିଲା । ପରବର୍ତ୍ତୀ ସମୟରେ ତେଲେଙ୍ଗାନାର ୬ ଜଣଙ୍କ ମୃତ୍ୟୁ ପରେ ଅନ୍ୟ ୨୪ ଜଣଙ୍କ ଠାରେ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ଦେଖାଯାଇଛି । ଏ ସମସ୍ତ ଘଟଣା ଦେଶସାରା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ମଙ୍ଗଳବାର ଅପରାହ୍ଣରେ କମିସନରେଟ ପୁଲିସ କଟକ ସହରର ୩ଟି ପରିବାରର ୧୮ଜଣ ସଦସ୍ୟଙ୍କୁ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ଏସ୍ସିବି କରୋନା କ୍ବାରେଣ୍ଟାଇନ ୱାର୍ଡରେ ରଖାଯାଇଛି। ସମସ୍ତଙ୍କର ସ୍ବାବ ଏବଂ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ପରୀକ୍ଷା ରିପୋର୍ଟ ଆସିବା ପରେ ସେମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହେବ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହି ୩ଟି ପରିବାରର ୩ଜଣ ସଦସ୍ୟ ନିକଟରେ ନୂଆଦିଲ୍ଲୀରେ ହୋଇଥିବା ଏକ ଧର୍ମୀୟ ସଭାରେ ଯୋଗଦେଇ କଟକ ଫେରିଥିଲେ। ସରକାରଙ୍କ କଡା ନିର୍ଦ୍ଦେଶ ସତ୍ତ୍ବେ ଧର୍ମୀୟ ସଭାରେ ଯୋଗଦେଇ ସେହି ୩ଜଣ ବ୍ୟକ୍ତି ରାଜ୍ୟ ବାହାରକୁ ଯାଇଥିବା ନେଇ ଜିଲ୍ଲା ପ୍ରଶାସନ ନିକଟରେ ସୂଚନା ଦେଇ ନ ଥିଲେ କି ସେମାନଙ୍କ ନାମ ପଞ୍ଜୀକରଣ କରି ନ ଥିଲେ। ନୂଆଦିଲ୍ଲୀରୁ ଆସି ସେମାନେ ପରିବାର ସହ ରହିଥିଲେ। ପଡୋଶୀଙ୍କ ସହିତ ମିଳାମିଶା ବି କରିଥିଲେ। ନିଜାମୁଦ୍ଦିନ ଧର୍ମୀୟ ସଭାରେ ଯୋଗଦେଇଥିବା ଅଧିକାଂଶ ବ୍ୟକ୍ତି କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ପ୍ରଘଟ ହେବା ପରେ ଓଡ଼ିଶାର କେଉଁ କେଉଁ ଅଞ୍ଚଳରୁ କେଉଁମାନେ ଏହି ଧର୍ମୀୟ ସଭାରେ ଯୋଗଦେଇଥିଲେ ତାହାକୁ ନେଇ ପ୍ରସାଶନ ଖୋଳ ତାଡ ଆରମ୍ଭ କରିଛି | ଅନ୍ୟପଟରେ ଯାଜପୁର ଜିଲ୍ଲାର ବିଂଝାରପୁର, ବ୍ରହ୍ମବରଦ ଏବଂ ନେଉଳପୁର ଅଂଚଳରୁ ଜଣେ ଜଣେ ଧର୍ମସଭା ଲିଙ୍କରେ ଥିବା ନେଇ ଚର୍ଚ୍ଚା ହେବ ପରେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ମଧ୍ୟରୁ କେତେକଙ୍କୁ ହେପାଜତକୁ ନେଇଥିବା ଜଣାପଡିଛି |
ଓଡ଼ିଶାରେ ତୁବଲିକ୍-ଇ-ଜମାତ ନାମକ ଧାର୍ମିକ ଅନୁଷ୍ଠାନ ସଂଯୋଗରେ ଆସିଥିବା ବ୍ୟକ୍ତିଙ୍କ ଖୋଳତାଡ
|
April 1, 2020 |