ଏ ବର୍ଷ ପଦ୍ମ ସମ୍ମାନ ପାଇଁ ୫୦, ୦୦୦ ନାମାଙ୍କନ ପତ୍ର; ଗତବର୍ଷ ତୁଳନାରେ ୪୦% ଅଧିକ

Spread the love

ନୂଆଦିଲ୍ଲୀ 12/10(ସନ୍ଧାନ ନିୟୁଜ): ପଦ୍ମ ସମ୍ମାନ ପାଇଁ ଏବର୍ଷ ଗୃହମନ୍ତ୍ରାଳୟ ନିକଟରେ ପ୍ରାୟ ୫୦ ହଜାର ନାମାଙ୍କନ ପତ୍ର ପହଞ୍ଚିଛି। ୨୦୧୭ରେ ଗୃହମନ୍ତ୍ରାଳୟ ପାଇଥିବା ନାମାଙ୍କନ ପତ୍ର ଠାରୁ ଏହା ୪୦% ଅଧିକ। ଗୁରୁବାର ଦିନ ମନ୍ତ୍ରାଳୟ କହିଛି ଯେ ଶେଷ ତାରିଖ ସେପ୍ଟେମ୍ବର ୧୫ ତାରିଖ, ୨୦୧୮ ସୁଦ୍ଧା ୪୯, ୯୯୨ ନାମାଙ୍କନ ପତ୍ର ମିଳିଛି। ଏଥିପାଇଁ ୨୦୧୭ରେ ମିଳିଥିଲା ୩୫, ୫୯୫, ୨୦୧୬ରେ ୧୮, ୭୬୮ ଏବଂ ୨୦୧୦ରେ ୧, ୩୨୩ ଟି ନାମାଙ୍କନ ପତ୍ର ମିଳିଥିଲା।

ଏକଦା ଦିଲ୍ଲୀ କ୍ଷମତା ଚକ୍ରର ନିକଟତମ ଉନ୍ନତ ବର୍ଗର ବ୍ୟକ୍ତିବିଶେଷ ହାତେଇ ନେଉଥିବା ଏହି ସମ୍ମାନକୁ ସରକାର ସର୍ବସାଧାରଣଙ୍କ ସମ୍ମାନ କରିବା ଯୋଗୁଁ ଏଥି ପ୍ରତି ଲୋକମାନଙ୍କ ଆଗ୍ରହ ବଢ଼ିଛି। ଭାରତର କୋଣ ଅନୁକୋଣରେ ବସବାସ କରୁଥିବା ଅନାଲୋଚିତ କୃତବିଦ୍‌ମାନଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ସରକାର ଏ ଭଳି ଉଦ୍ୟମ କରିଛନ୍ତି।

ପଦ୍ମ ସମ୍ମାନଗୁଡ଼ିର ଚୟନ ପ୍ରକ୍ରିୟା ପରିସର ପ୍ରଶସ୍ତ କରିବା ଲାଗି ସରକାର ନାମାଙ୍କନ ପଦ୍ଧତିକୁ ୨୦୧୬ ଠାରୁ ଅନ୍‌ଲାଇନ୍‌ କରିଛନ୍ତି। ଏହି ବେସାମରିକ ସମ୍ମାନ ପାଇବାକୁ ପ୍ରକୃତରେ ଯୋଗ୍ୟ ତଥା ଅନାଲୋଚିତ ହୋଇ ରହିଥିବା ବ୍ୟକ୍ତିଙ୍କ ନାମାଙ୍କନ ପତ୍ର ପଠାଇବାକୁ ଏଥିଯୋଗୁଁ ଲୋକେ ଅଧିକ ଆଗ୍ରହୀ ହୋଇ ଉଠିଛନ୍ତି।

Related Posts

About The Author

Add Comment