ଏସ୍‌ସିଏସ୍‌ଟିଆର୍‌ଟିଆଇ ଦ୍ୱାରା ଆୟୋଜିତ ବାଉଁଶ ଶୀଳ୍ପ ସାମଗ୍ରୀ ର ବିବିଧକରଣ ସଂପର୍କିତ ୧୦ ଦିନିଆ ତାଲିମ୍‌ ଶିବିର ଉଦ୍‌ଯାପିତ

Spread the love

ଯାଜପୁର: ୦୧/୦୩/୨୦୨୩ :ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ଏସ୍‌ସିଏସ୍‌ଟିଆର୍‌ଟିଆଇ ତରଫରୁ ଏବଂ ଓମ୍ବାଡ଼୍‌ସି ସହାୟତାରେ ଦାନଗଦି ବ୍ଲକ ଅନ୍ତର୍ଗତ ନଡ଼ିଆଭଙ୍ଗା ଠାରେ ଶକ୍ତିମୟୀ କାରିଗର ଉତ୍ପାଦକ ସଂଗଠନ ଆନୁକୁଲ୍ୟରେ ଆଦିବାସୀ ମହିଳା କାରିଗର ମାନଙ୍କ ପାଇଁ ବାଉଁଶ ଶୀଳ୍ପ ସାମଗ୍ରୀର ବିବିଧକରଣ ଉପରେ ଫେବୃଆରୀ ୨୦ତାରିଖରୁ ମାର୍ଚ୍ଚ ୧ତାରିଖ ପର୍ଯ୍ୟନ୍ତ ଆୟୋଜିତ ୧୦ଦିନିଆ ତାଲିମ୍ ଶିବିର ଉଦ୍‌ଯାପିତ ହୋଇଯାଇଅଛି । ଏହି ତାଲିମ୍ ଶିବିରରେ ସମୁଦାୟ ୫୦ଜଣ ଆଦିବାସୀ କାରିଗର ମାନେ ଅଂଶଗ୍ରହଣ କରିଥିଲେ । ତାଲିମ୍‌ ଶିବିରର ସମାପନ ଅଧିବେଶନରେ ଶ୍ରୀମତୀ ରଶ୍ମିତା ସାହୁ, ସରପଞ୍ଚ ନଡ଼ିଆଭଙ୍ଗା ଗ୍ରାମପଞ୍ଚାୟତ, ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ଜେନା, ପ୍ରୋଗ୍ରାମ ମ୍ୟାନେଜର , ଓଏଲ୍‌ଏମ୍ , ଦାନଗଦି ବ୍ଲକ , ଶ୍ରୀଯୁକ୍ତ ମଙ୍ଗୁଳି ଚରଣ ପ୍ରଧାନ , ବ୍ଲକ ମଙ୍ଗଳ ଅଧିକାରୀ , ଦାନଗଦି ବ୍ଲକ ଓ ବାଲେମା ତିୟୁ, ସମିତି ସଭ୍ୟା , ନଡ଼ିଆଭଙ୍ଗା ଗ୍ରାମ ପଞ୍ଚାୟତ ଅତିଥି ଭାବରେ ଯୋଗ ଦେଇଥିଲେ । ସମାପନ ଅଧିବେଶନର ପ୍ରାରମ୍ଭରେ ଶ୍ରୀଯୁକ୍ତ ଦେବାଷିଶ ରଏ, ମୁଖ୍ୟ ପ୍ରଶିକ୍ଷକ କାରିଗର ମାନଙ୍କୁ କହିଥିଲେ ଯେ ଯଦି ସେମାନେ ତାଲିମ୍ ଶିବିରରୁ ଶିଖିଥିବା କୈାଶଳକୁ ବାରମ୍ବାର ଅଭ୍ୟାସ କରିବେ, ସେମାନେ ଆହୁରି ଉନ୍ନତ ମାନର ବାଉଁଶ ସାମଗ୍ରୀ ତିଆରି କରିପାରିବେ । ସେହିପରି ଲତା ବେହେରା , ସହ ପ୍ରଶିକ୍ଷକ କହିଥିଲେ ଯେ କାରିଗର ମାନଙ୍କର ବେଶ୍ ଆଗ୍ରହ ଅଛି ଓ ସେମାନେ ଯଦି ଆଗ୍ରହର ସହିତ ସାମଗ୍ରୀ ତିଆରି କରିବେ ବଜାରରେ ବିକ୍ରି କରି ବେଶ୍ ଲାଭବାନ୍ ହୋଇପାରିବେ । ଶ୍ରୀ ପ୍ରଧାନ, ବ୍ଲକ ମଙ୍ଗଳ ଅଧିକାରୀ କାରିଗରମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ କାରିଗର ମାନେ ୧୦ଦିନ ଭିତରେ ବହୁତ ସୁନ୍ଦର ବାଉଁଶ ଶିଳ୍ପ ସାମଗ୍ରୀ ବାହାର କରି ପାରିଛନ୍ତି ଓ ଅଭ୍ୟାସ କଲେ ଆହୁରି ଉନ୍ନତ ମାନର ସାମଗ୍ରୀ ତିଆରି କରି
ପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଶ୍ରୀଯୁକ୍ତ ଜେନା , ପ୍ରୋଗ୍ରାମ ମ୍ୟାନେଜର ଓଏଲ୍‌ଏମ୍ ତରଫରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାରେ କାରିଗରମାନେ ଅନ୍ତର୍ଭୁକ୍ତ ହୋଇ ବାଉଁଶ ଶିଳ୍ପର ଉନ୍ନତି କରି ପାରିବେ ବୋଲି ଆଶା କରିଥିଲେ । ନଡ଼ିଆଭଙ୍ଗା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ରଶ୍ମିତା ସାହୁ କାରିଗର ମାନେ ତିଆରି କରିଥିବା ବାଉଁଶ ଶୀଳ୍ପ ସାମଗ୍ରୀ କୁ ଦେଖି ଖୁସି ବ୍ୟକ୍ତ କରିଥିଲେ । ସେ କାରିଗର ମାନଙ୍କୁ ଆବଶ୍ୟକ ଥିବା ଟୁଲ୍ସ ପାଇଁ ତାଙ୍କ ପଞ୍ଚାୟତ ତରଫରୁ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ସମାପନ ଅଧିବେଶନରେ ସଂଗଠନର ସଭାନେତ୍ରୀ ସୁପ୍ରଭା ତିରିଆ ଅତିଥି ମାନଙ୍କୁ ସ୍ୱାଗତ ଜଣାଇଥିଲେ । ଶ୍ରୀଯୁକ୍ତ ଚିନ୍ତାମଣି ମହାପାତ୍ର, କାର୍ଯ୍ୟକ୍ରମ ଅଧିକାରୀ,
ଏସ୍‌ସିଏସ୍‌ଟିଆର୍‌ଟିଆଇ ସମାପନ ଅଧିବେଶନ କୁ ସଞ୍ଚାଳନା କରିଥିଲେ । ଜିଲ୍ଲା ସଂଯୋଜିକା ଲକ୍ଷ୍ମୀପ୍ରିୟା ଜେନା ସଂଚାଳନା କରିବାରେ ସହାୟତା କରିଥିଲେ । ଶ୍ରୀମତୀ ଟିକି ବେହେରା, ସମ୍ପାଦିକା ଅନ୍ୟାନ୍ୟ ସଭ୍ୟା ମାନଙ୍କ ସହିତ ମିଶି ତାଲିମ୍ ଶିବିର ଆୟୋଜନ କରିବାରେ ସହଯୋଗ କରିଥିଲେ । ସଂଗଠନର କୋଷାଧ୍ୟକ୍ଷା ଶ୍ରୀମତୀ ଶାନ୍ତିଲତା ନାୟକ ଅତିଥିମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Related Posts

About The Author

Add Comment