ଏସପି ଅଫିସ ସମ୍ମୁଖରେ କଂଗ୍ରେସ ର ଧାରଣା

Spread the love

ବାରିପଦା, ୨୨/୧୨/୨୦୨୦ (ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା): ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସଙ୍କ ନେତୃତ୍ବରେ ଆଜି ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଥିଲା କଂଗ୍ରେସ ଓଡ଼ିଶାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ନାବାଳିକାମାନଙ୍କୁ ଅପହରଣ, ଦୁଷ୍କର୍ମ ଓ ହତ୍ୟା ସାଙ୍ଗକୁ ନାରୀ ନିର୍ଯ୍ୟାତନା ବୃଦ୍ଧି ଏବଂ ଅପରାଧୀଙ୍କୁ ଧରିବାରେ ପୁଲିସର ବିଫଳତାର ପ୍ରତିବାଦରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଉକ୍ତ ବିକ୍ଷୋଭ ସମାବେଶରେ ବରିଷ୍ଠ ପ କଂଗ୍ରେସ ନେତା ବିଜନ ଦାସ, ପୂର୍ବତନ ସାଂସଦ ସୁଶୀଳା ତିରିଆ, ପୂର୍ବତନ ମନ୍ତ୍ରୀ ସରସ୍ବତୀ ଏ ହେମ୍ବ୍ରମ, ଅଶୋକ ଅଧିକାରୀ, ଜ୍ୟୋତିପ୍ରକାଶରଥ, ଯୋଗେଶ ଅଗ୍ରୱାଲା, ଅରବିନ୍ଦ ଦାସ, ବିଜୟ କୁମାର ସିଂ, ସୁଦୀପ ମନ୍ତ୍ରୀ, ଶାନ୍ତନୁ ପାଲ, ମୀନକେତନ ବେହେରା, ପ୍ରଦୀପ ମିଶ୍ର, ଜୀବନ ବାରିକ, ସେକ୍‌ ମୁସ୍ତାଫା, ଦଶରଥ ସିଂ, ସଞ୍ଜୟ ସେଠୀ, ହିତେନ୍ଦ୍ର ଲାଲ ସାହୁ, ସୁବାଷ ପାତ୍ର, ତୁଷାର ବେହେରା, ଶଶଧର ମହାପାତ୍ର ତାରାକାନ୍ତ ବେହେରା, ସୁରେନ୍ଦ୍ର ମହାନ୍ତ, ଗୁଣ୍ଡ ମହାନ୍ତ, ମହିଳା ମୋର୍ଚ୍ଚା ସଭାନେତ୍ରୀ ସମ୍ଭୀତା ଘୋଷାଲ, ସୁନନ୍ଦା ସାହୁ, ଇତିଶ୍ରୀ ମିଶ୍ର, ଗୌରୀ ନାଏକ, ଛାତ୍ର ନେତା ଉତ୍କଳ ପାଲ, ଆଶିକ ବାରିକ ପ୍ରମୁଖ ଯୋଗଦେଇ ରାଜ୍ୟରେ ଆଇନ ଶୃଙ୍ଖଳାର ବିପର୍ଯ୍ୟସ୍ତ ଅବସ୍ଥା ପାଇଁ ଗୃହ ବିଭାଗ ଦାୟିତ୍ବରେ ଥିବା ଖୋଦ ମୁଖ୍ୟମନ୍ତ୍ରୀ ଦାୟୀ ବୋଲି ନାରାବାଜି କରିଥିଲେ। ରାଜ୍ୟରେ ଅପାରଗ ସରକାରକୁ ଗାଦିଚ୍ୟୁତ କରାଇବା ପର୍ଯ୍ୟନ୍ତ କଂଗ୍ରେସ ତାର ଆନ୍ଦୋଳନକୁ ଜାରି ରଖିବ ବୋଲି କଂଗ୍ରେସ ଜିଲ୍ଲା ସଭାପତି ଶ୍ରୀ ଦାସ କହିଥିଲେ।

Related Posts

About The Author

Add Comment