ଏମିତି ବି ଆସେ ମୃତ୍ୟୁ

Spread the love

ନୀଳଗିରି, ୮/୧/୨୦ (ସନ୍ଧାନ ନିଉଜ) : ମଣିଷ ଜନ୍ମ ନେଇଛି ମାନେ ଦିନେ ମୃତ୍ୟୁ ବରଣ କରିବ। ଏହା ନିରାଟ ସତ୍ୟ। କେତେବେଳେ ମଣିଷର ପ୍ରାଣ ବାୟୁ ଉଡିଯିବ ତାହା କହିବା ମଧ୍ୟ ମୁସ୍କିଲ। ଆଉ ଏହି ଆକସ୍ମିକ ମୃତ୍ୟୁକୁ ଦେଖିଲେ ବିଶ୍ବାସ ମଧ୍ୟ କରିହୁଏ ନାହିଁ। ମଣିଷ କଥା ବର୍ତ୍ତା ସହ ଚଳାବୁଲା ସବୁ କରୁଥିବ କିନ୍ତୁ ହଠାତ ପ୍ରାଣ ବାୟୁ ଉଡିଯିବ। ଏମିତି ଏକ ଘଟଣା ଘଟିଛି ନୀଳଗିରି ବ୍ଲକ ବରହମପୁର ଅଂଚଳରେ। ଏକ ଧାନ ମଣ୍ଡି କୁ ଧାନ ବସ୍ତା ଟେକୁଥିବା ସମୟରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଚାଷୀ ଜଣଙ୍କ ହେଉଛନ୍ତି ପ୍ରତାପ ଚନ୍ଦ୍ର ବେହେରା(୫୭)। ବୁଧବାର ଧାନ ମଣ୍ଡିରେ ଧାନ ବସ୍ତା ଟେକୁଥିବା ସମୟରେ ହଠାତ ଗୋଡ଼ ଖସି ଯାଇଥିଲା। ଆଉ ତଳେ ପଡିଯାଇଥିଲେ ପ୍ରତାପ। ଏହାପରେ ସ୍ଥାନୀୟ ଲୋକ ପ୍ରତାପଙ୍କୁ  ବରହମପୁର ମେଡିକାଲକୁ ନେଇଯାଇଥିଲେ। କିନ୍ତୁ ଡାକ୍ତର ପ୍ରତାପଙ୍କୁ  ମୃତ ଘୋଷଣା କରିଥିଲେ । ପ୍ରତାପଙ୍କ ଆକସ୍ମିକ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Related Posts

About The Author

Add Comment