ଏନଟିପିସି ଦରଳିପାଳିରେ କରୋନା ସଂକ୍ରମଣ ହାର ବୃଦ୍ଧି

Spread the love

ଲେଫ୍ରିପଡା, ୨୪/୪/୨୦୨୧ ( ସନ୍ଧାନ ନିଉଜ/ରାଜୁ ପଟେଲ ) ଲେଫ୍ରିପଡା ବ୍ଲକ ଅନ୍ତର୍ଗତ ଦରଲୀପଲି ରେ ଗଢିଉଠିଥିବା  ଏନଟିପିସି ପ୍ରକଳ୍ପରେ ପ୍ରତିଦିନ  କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । କମ୍ପାନୀର ଶ୍ରମିକମାନେ କଟକଣାକୁ ଠିକ ଭାବରେ ମାନୁନାହାନ୍ତି । ଶ୍ରମିକମାନେ ଦରଲୀପଲିର ଆଖପାଖ ଅଞ୍ଚଳରେ ରହି ବାଇକ ଯୋଗେ ଆସି କାମ କରିବା ପରେ ରୀତିମତ ଭାବେ ଗାଁ ଲୋକଙ୍କ ସହିତ ମିଶି ଆସୁଛନ୍ତି ବୋଲି ସୂତ୍ରରୁ ଜଣାପଡ଼ିଛି  । ଶ୍ରମିକ ମାନେ ବାଇକ ଓ ଅନ୍ୟଯାନବାହନ ଯୋଗେ ଆସୁଥିବା ସମୟରେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସୁଥିବାର ସୂଚନା ମିଳିଛି । ତେଣୁ ସଂକ୍ରମଣ ସଂଖ୍ୟା ଵୃଦ୍ଧି ପାଇବାର ବେଶି ଆଶଙ୍କା ଦେଖାଦେଇଛି  ଏନଟିପିସି ପକ୍ଷରୁ ଦରଲୀପଲି ସହିତ ଆଖପାଖ ଅଞ୍ଚଳରେ ସାନିଟାଇଜ କିମ୍ବା ନିରାକରଣ କରିବାର ବ୍ୟବସ୍ଥା ପଦକ୍ଷେପ ଗ୍ରହଣ ନ କରିବା ଦେଖିବାକୁ ମିଳିଛି । ଆଜି ଏନଟିପିସି ଟାଉନସିପି ରେ  କରୋନା ପରୀକ୍ଷା ହୋଇଥିବାବେଳେ,ଏନଟିପିସି ସି.ଆଇ.ଏସ.ଏଫ ଗେଟରେ ମଧ୍ୟ କରୋନା ପରୀକ୍ଷା ହେବାର ସୂଚନା ମିଲିଛି । କମ୍ପାନୀର ଲୋକେ  ବାରମ୍ବାର ଛୁଟିରେ ରହିବା, ଓ ଅନ୍ୟ ରାଜ୍ୟରୁ ଯିବାଆସିବା ଦ୍ଵାରା ସଂକ୍ରମଣ ବଢିବା ଆଶଙ୍କା କରାଯାଉଛି । ଏ ନେଇ ପ୍ରଶାସନ ଦୃଷ୍ଟି ଆକର୍ଷଣ କରିବା ନିହାତି ଜରୁରୀ ହୋଇ ପଡ଼ିଲାଣି ବୋଲି ଜନସାଧରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts

About The Author

Add Comment