ଏଟିଏମ ଲୁଟ୍ ମାମଲାରେ ୫ ଲକ୍ଷ ୮୨ ହଜାର ଟଙ୍କା ଜବତ

Spread the love
  •  
  •  
  •  
  •  
  •  

ଢେଙ୍କାନାଳ, 16.01.2021(ସନ୍ଧାନ ନିଉଜ୍): ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳି ଏସବିଆଇ ଏଟିଏମ ଲୁଟ୍ ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଏହା ପୂର୍ବରୁ ପୂର୍ବରୁ ପୁଲିସର ସ୍ୱତନ୍ତ୍ର ଟିମ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଟଙ୍କା ଓ କିଛି ସାମଗ୍ରୀ ଜବତ କରିଥିଲା । ତେବେ ଏହି ଲୂଟ ଘଟଣାର ଫେରାର ଥିବା ମୁଖ୍ୟ ଅଭିଯୁକ୍ତକୁ ପୁଲିସ ବାଲେଶ୍ୱର ଅଂଚଳରୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଲୁଟେରାର ନାଁ କୁ ତଦନ୍ତ ଦୃଷ୍ଟିରୁ ପୁଲିସ ପ୍ରକାଶ କରୁନାହିଁ । ତେବେ ଗିରଫ ଲୁଟେରା ଠାରୁ ପୁଲିସ ନଗଦ ୫ଲକ୍ଷ ୮୨ହଜାର ୪ଶହ ଟଙ୍କା ଉଦ୍ଧାର କରିଛି । ଏହା ବ୍ୟତୀତ ମୁଖ୍ୟ ଅଭିଯୁକ୍ତଠୁ ବିଭିନ୍ନ  ଦାମୀ କମ୍ପାନୀର ସ୍ମାର୍ଟଫୋନ ଏବଂ ତିନୋଟି କିପ୍ୟାଡ ଫୋନ ମଧ୍ୟ ଜବତ ହୋଇଛି। ୧ ଲକ୍ଷ ୧୫ ହଜାର ୭ ଶହ ଟଙ୍କାର ୨୦.୨୫୦ ଗ୍ରାମର ସୁନା ଚେନ , ଲକେଟ୍ ଓ ଟପ୍ ଜବତ କରାଯାଇଛି। ଏହି ଗିରଫ ଅଭିଯୁକ୍ତ ଜଣେ ହାର୍ଡ କୋର ଲୁଟେରା ଓ ତା ନାଁ ରେ ବାଲେଶ୍ୱର ଭଦ୍ରକ ଆଦି ଜିଲ୍ଲାରେ ୨୫ରୁ  ଉର୍ଦ୍ଧ୍ଵ ଚୋରି, ଲୁଟ୍ ଓ ଡକାୟତି ଆଦି ସଙ୍ଗୀନ ମାମଲା ରହିଥିବା ଆଜି ଢେଙ୍କାନାଳ ଏସ ପି ପ୍ରକାଶ କରିଛନ୍ତି । ଗତ ଡିସେମ୍ବର ୧୪ତାରିଖ ରାତିରେ ନିମବାହାଳି ଏସବିଆଇ ଏଟିଏମକୁ ଗ୍ୟାସ କଟରରେ କାଟି ୨୬ଲକ୍ଷ ୫୭ ହଜାର ଟଙ୍କା ଲୁଟି ନେଇଥିଲେ । ଏହି ମାମଲାରେ ପର୍ଯ୍ୟାୟ କ୍ରମେ ପୁଲିସ ପୂର୍ବରୁ ୫ଜଣକୁ ଗିରଫ କରିଥିଲା । ଫଳରେ ଏହି ଲୁଟ୍‌ ଘଟଣାରେ ମୋଟ ଗିରଫଦାରୀଙ୍କ ସଂଖ୍ୟା ୬ରେ ପହଂଚିଛି। ଅଭିଯୁକ୍ତମାନଙ୍କଠୁ ଟଙ୍କା , ବ୍ୟାଙ୍କ ଆକାଉଣ୍ଟ ଓ ଜିନିଷପତ୍ର ମୋବାଇଲ ଆଦି ଜବତ୍ ହୋଇଛି। ଏ ଯାଏଁ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ସମ୍ପତି ଜବତ କରିଛି ପୁଲିସ। ଅଭିଯୁକ୍ତକୁ ରିମାଣ୍ଡରେ ନିଆଯାଇ ଅଧିକ ତଥ୍ୟ ସଂଗ୍ରହ କରିବ ଢେଙ୍କାନାଳ ପୋଲିସ ବୋଲି ସୁଚନା ଦେଇଛନ୍ତି ଏସପି କେ ଶିବା ଶୁବ୍ରମଣି ।

Related Posts

About The Author

Add Comment