ଏକ୍ସ-କ୍ୟାଡର ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ ଅମୂଲ୍ୟ କୁମାର ନାୟକ ସଭାପତି, ଚିତ୍ରସେନ ବଳ ସମ୍ପାଦକ

Spread the love

ଜେନାପୁର , ୬/୯ (ସନ୍ଧାନ ନ୍ୟୁଜ୍): ଧର୍ମଶାଳା ବ୍ଲକ ଏକ୍ସ-କ୍ୟାଡର ଶିକ୍ଷକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାର ଜାରକାସ୍ଥିତ ଜେମାସୁଣି ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସାଂଗଠନିକ କାର୍ଯ୍ୟକଳାପକୁ ଅଧିକ ସୁଦୃଢ଼ ଓ ଗତିଶୀଳ କରିବା ଲକ୍ଷ୍ୟରେ ବୈଠକରେ ସର୍ବସମ୍ମତିକ୍ରମେ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି।

ନୂତନ କର୍ମକର୍ତ୍ତା ଭାବେ ଅମୂଲ୍ୟ କୁମାର ନାୟକଙ୍କୁ ସଭାପତି, ଚିତ୍ରସେନ ବଳଙ୍କୁ ସମ୍ପାଦକ, ରଶ୍ମିକାନ୍ତ ଶତପଥୀଙ୍କୁ କୋଷାଧ୍ୟକ୍ଷ ଏବଂ ଚନ୍ଦନ କୁମାର ସାହୁଙ୍କୁ ମିଡିଆ ସଂଯୋଜକ ଭାବେ ମନୋନୀତ କରାଯାଇଛି।

ସେହିପରି କାର୍ଯ୍ୟକାରୀ ସଦସ୍ୟ ଭାବେ ପ୍ରବୀର କୁମାର ବାରିକ, କୁଳମଣି ସାହୁ, ମନୋଜ ରାଉତ, ସ୍ମୃତି ରଞ୍ଜନ ସାହାଣୀ, ରୁକ୍ମଣୀ ସାମଲ ଓ ମାନସ ସ୍ୱାଇଁଙ୍କୁ ଦାୟିତ୍ୱ ଦିଆଯାଇଛି।

ଉପଦେଷ୍ଟା ମଣ୍ଡଳୀରେ ପ୍ରଦୀପ କୁମାର ସାହୁ, ଅରୁଣ କୁମାର ଦାସ, ରମେଶ ଦାସ ଓ ମେଘନାଦ ପାତ୍ରଙ୍କୁ ସାମିଲ କରାଯାଇଛି।

ନବନିର୍ବାଚିତ କର୍ମକର୍ତ୍ତାମାନେ ସଂଘର ଏକତା, ସାଂଗଠନିକ ଶୃଙ୍ଖଳା ଓ ଶିକ୍ଷକମାନଙ୍କ ସ୍ୱାର୍ଥ ସୁରକ୍ଷା ଦିଗରେ ସକ୍ରିୟ ଭୂମିକା ନେବେ ବୋଲି ବୈଠକରେ ଆଶା ପ୍ରକାଶ ପାଇଛି। ଏହି ଅବସରରେ ବ୍ଲକର ଶିକ୍ଷକ-ଶିକ୍ଷୟିତ୍ରୀ ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ନୂତନ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ସଂଘର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

Related Posts

About The Author

Add Comment