ଉପନିର୍ବାଚନ ନିମନ୍ତେ ବିଜେଡି ର ପ୍ରସ୍ତୁତି ବୈଠକ

Spread the love
  •  
  •  
  •  
  •  
  •  

ଝାରପୋଖରିଆ, ୦୯.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):-୫୬ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ ସ୍ବର୍ଗତ ଭୂବନେଶ୍ୱର ମହାନ୍ତ‌ ଗତ ସେପ୍ଟେମ୍ବରରେ ଦେହାନ୍ତ ହେବା ପରେ ପଦବି ଖାଲି ପଡ଼ିଥିଲା। ଉପନିର୍ବାଚନ ନିମନ୍ତେ ଗତ ୪ ତାରିଖରେ ରାଜ୍ୟ ନିର୍ବାଚନ କମିଶନର ଚିଠି ନମ୍ବର ୧୧ ମୁତାବକ ସ୍ଵତନ୍ତ୍ର ନିର୍ଦ୍ଦେଶନାମା ଜାରୀ ପରେ ଏକ ପ୍ରକାର ନିର୍ବାଚନୀ ଉଷ୍ମତା ଆରମ୍ଭ ହୋଇଛି । ତେବେ ବିଜେଡି ଦଳ ପକ୍ଷରୁ ଗତକାଲି ଏକ ପ୍ରସ୍ତୁତି ବୈଠକ ଅପରାହ୍ନରେ ସ୍ଥାନୀୟ ଘିଆଜୋଡିଘ୍ର ବିବାହ ମଣ୍ଡପରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ରାଜ୍ୟ ସଭା‌ ସାଂସଦ ମମତା ମହାନ୍ତ, ପୂର୍ବତନ ଉପବାଚସ୍ପତି‌ ସାନନ୍ଦ ମାଣ୍ଡି, ରାଜ୍ୟ କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ଦେବାଶିଷ ମାଣ୍ଡି, ଜିଲ୍ଲା ବିଜେଡି ସଭାପତି କାଶି ନାଥ ହେମ୍ରମ, ପୂର୍ବତନ  ବିଧାୟକ ଭାଦବ ହାଁସଦା, ପର୍ଯ୍ୟବେକ୍ଷକ ମୁକ୍ତିକାନ୍ତ ମଣ୍ଡଳ, ବ୍ଳକର ବରିଷ୍ଠ ସଂଗଠକ ଅମରେନ୍ଦ୍ର କର ପ୍ରମୁଖ ଉପସ୍ଥିତ ହୋଇ ଆଗାମୀ ନିର୍ବାଚନରେ ଦଳର ରଣପନ୍ଥା ନେଇ ବୁପ୍ରିଣ୍ଟ ପ୍ରସ୍ତୁତି କରିଥିଲେ । ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ମଣ୍ଡଳ ପ୍ରର୍ଥୀତ୍ବ ନେଇ ସ୍ଥାନୀୟ ନେତୃବୃନ୍ଦଙ୍କ ସହିତ ବିଶଦ ଆଲୋଚନା କରିଥିଲେ । ତେବେ ଦଳ ସୁପ୍ରିମୋ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି କହିଥିଲେ। ସେହିପରି ଆସନ୍ତା ୧୮ ତାରିଖରେ ଦଳୀୟ ପ୍ରାର୍ଥୀପତ୍ର ଦାଖଲ ହେବାର ସୂଚନା ପ୍ରଦାନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସଭାପତି ପ୍ରଭାକର ପରିଡା, ପଞ୍ଚାୟତ ସମିତି ସଦସ୍ୟ ଚିନ୍ମୟ ସାହୁ ଓ ମାଣିକଲାଲ ବାରିକ, ସୁବ୍ରତ ମହାପାତ୍ର, ବିଶ୍ୱଜିତ ମହାନ୍ତି, ଅଜୟ ମଣ୍ଡଳ, ପ୍ରମୁଖ ଉପସ୍ଥିତ ଥିଲେ ।

Related Posts

About The Author

Add Comment