Homeଜିଲ୍ଲା ପରିକ୍ରମାବାଲେଶ୍ବରଉପନିର୍ବାଚନରେ ବିଜୟ ହାସଲ କରିଥିବା ବିଜେଡ଼ି ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଉପନିର୍ବାଚନରେ ବିଜୟ ହାସଲ କରିଥିବା ବିଜେଡ଼ି ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ Sandhan News | November 10, 2020 | Spread the love ଭୁବନେଶ୍ୱର, ୧୦/୧୧/୨୦ (ସନ୍ଧାନ ନିଉଜ) : ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ବିଜୟ ହାସଲ କରିଥିବା ବିଜେଡ଼ି ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଦଳ ସୁପ୍ରୀମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଉଭୟ ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କର ଟ୍ୱିଟରେ ଲେଖିଛନ୍ତିଯେ “ପ୍ରାର୍ଥୀଙ୍କୁ ଶୁଭେଚ୍ଛା। ଏହି ବିଜୟ ଆପଣମାନଙ୍କ ଭଲ ପାଇବା ଓ ଅକୁଣ୍ଠ ସମର୍ଥନର ପ୍ରତିଫଳନ। ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ହୃଦୟ ଜିଣିଥିବାରୁ ବିଜୁ ଜନତା ଦଳର ସମସ୍ତ କର୍ମୀଙ୍କୁ ସାଧୁବାଦ।” ଏହା ସହିତ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, “କୋଭିଡ-୧୯ ସଙ୍କଟ ସମୟରେ ମତଦାନ କରି ଆମକୁ ଆଶୀର୍ବାଦ କରିଥିବା ବାଲେଶ୍ୱର ସଦର ଓ ତିର୍ତ୍ତୋଲବାସୀ ବିଶେଷ କରି ମହିଳାମାନଙ୍କୁ ମୋର କୃତଜ୍ଞତା ଜଣାଉଛି। ଏ ବିଜୟ ଆପଣମାନଙ୍କର ବିଜୟ। ଆପଣମାନଙ୍କ ଉନ୍ନତି ଓ କଲ୍ୟାଣ ପାଇଁ ବିଜୁ ଜନତା ଦଳ ସର୍ବଦା ସଂକଳ୍ପବଦ୍ଧ।” Related Posts ଆଉ କେତେ ତୁ ମୋ ପରୀକ୍ଷା ନେବୁ, କାଳିଆ ତୋ ପାଇଁ ମୁଁ ଆଜି ଜଳଗ୍ରହଣ କରିନି January 10, 2021 | 2005lindadavis1989 | ଅଧିକ ପଢନ୍ତୁ ଅଟୋ ସହ ସ୍କୁଟିର ଧକ୍କା, ଦୁଇ ଶିକ୍ଷୟିତ୍ରୀ ମୃତ January 25, 2020 | Manas Kumar Rout | ଅଧିକ ପଢନ୍ତୁ ‘ଆହାର’ରୁ ଦକ୍ଷିଣ ରାଉରକେଲା ବାହାର! October 22, 2020 | Santosh Rout | ଅଧିକ ପଢନ୍ତୁ ଭଦ୍ରକରେ ଧାନ ଉଠାଣ ସଙ୍କଟ February 7, 2026 | Manas Kumar Rout | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
ଆଉ କେତେ ତୁ ମୋ ପରୀକ୍ଷା ନେବୁ, କାଳିଆ ତୋ ପାଇଁ ମୁଁ ଆଜି ଜଳଗ୍ରହଣ କରିନି January 10, 2021 | 2005lindadavis1989 | ଅଧିକ ପଢନ୍ତୁ