ଉଦଯାପିତ ହେଲା ରେଖିଦେଇପୂର ଉଚ୍ଚବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ,

Spread the love

ଜେନାପୁର/୨୯/୧୨/ସନ୍ଧାନ ନିଉଜ୍) ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀ  ଅନ୍ତର୍ଗତ ରେଖିଦେଇପୂର ଉଚ୍ଚବିଦ୍ୟାଳୟର  କମିଟି ପକ୍ଷରୁ ଗତ ୨୪ ତାରିଖ ଠାରୁ ତିନିଦିିନ ଧରି ଚାଲିଥିବା (୫୦) ତମ ସୁବର୍ଣ୍ଣ ଜୟନ୍ତୀ ସମାରୋହ ୨୬ ତାରିଖରେ ଉଦଯାପିତ ହୋଇଯାଇଛି, ସୁବର୍ଣ୍ଣ ଜୟନ୍ତୀର ସଭାପତି ଲଚ୍ଛମନ୍ ବାରିକ୍ ଦେହ ଖରାପ କାରଣରୁ ତାଙ୍କ ଅନୁପପ୍ଥିତିରେ ଧ୍ରୁବ ଚରଣ ରାଉତ ସଭାପତିତ୍ କରିଥିଲେ। ଲୋକକବି ହଳଧର ନାଗ ସମାରୋହରେ ଯୋଗଦେଇ ନିସ୍ବାର୍ଥପରଭାବେ ମଣିଷ କର୍ମ ଓ କର୍ତ୍ତବ୍ୟ କରିଚାଲିଲେ ସମାଜରେ ନିଜର ଭଲ ପରିଚୟ ସୃଷ୍ଟି କରି ପାରିବେ ବୋଲି ତାଙ୍କ ଭାଷଣରେ କହିଥିଲେ। ଅଭିଭାବକ ଓ ଶିକ୍ଷକ ଶିକଷୟିତ୍ରୀ ଛାତ୍ର ଛାତ୍ରୀ ମାନେ ଚାହିଁଲେ ବିଦ୍ୟାଳୟର ଉନ୍ନତି ହେବା ସହିତ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସୈକ୍ଷିକ ବିକାଶ ହୋଇପାରିବ ବୋଲି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ କୁମାର ମଲ୍ଲିକ ତାଙ୍କ ବ୍ୟକ୍ତବ୍ୟ ରଖିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ମଣ୍ଡଳ ଉନନୟ ଅଧିକାରୀ ଶ୍ରୀଯୁକ୍ତ ଦେବେନ୍ଦ୍ର ପ୍ରସାଦ ବଳ, ମୂଖ୍ୟ ବକ୍ତା ଭାବେ ରେଭେନ୍ସା ବିଶ୍ଵବିଦ୍ୟାଳୟର ରସାୟନ ବିଜ୍ଞାନର ମୂଖ୍ୟ ଡ, ସିଦ୍ଧାର୍ଥ କେଶବ ଭରଦ୍ୱାଜ ଯୋଗଦେଇଥିଲେ। ପ୍ରାରମ୍ଭରେ  ଶିକ୍ଷକ ଶ୍ରୀଯୁକ୍ତ ଲକ୍ଷ୍ମୀଧର ମଲ୍ଲଙ୍କ ସଞ୍ଚାଳନରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧି, ଗ୍ରାମର ମୂରବୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା, କୃତି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟରେ ତିନିଦିନ ଧରି  ଓଡ଼ିଶାର ପଶ୍ଚିମଓଡ଼ିଶାର ସମ୍ବଲ୍ ପୁରୀ ନୃତ୍ୟ ସହ ଓଡ଼ିଶାର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ମାନଙ୍କୁ ନେଇ ପ୍ରତେକ୍ ସନ୍ଧ୍ୟରେ ଦର୍ଶକ ମାନଙ୍କ ମନ ମୁଘ୍ଧ କରିଥିଲେ ।

Related Posts

About The Author

Add Comment