କଟକ, 12/07 (ସନ୍ଧାନ ନିଉଜ)କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ କଟକ ଜିଲ୍ଲା ବୟାଳିଶମୌଜ଼ା ଉପକଣ୍ଠ କଳପଡା ପଂଚାୟତ ଟାଇଁକଣା ଗ୍ରାମର ଗ୍ରାମର କିଛି ଅସହାୟ ପରିବାରକୁ ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ଆହ୍ୱାନ କ୍ରମେ ସମାଜସେବୀ ବିଜୟ ନାୟକ,କପିଳ ସ୍ୱାଇଁ,ବୁବୁନା ଦାସ,ଦେବାଶିଷ ପରିଡା,ପ୍ରଶାନ୍ତ ସ୍ୱାଇଁ,ସନ୍ତୋଷ ସ୍ବାଇଁ,ପିପୁତି ପରିଡା,ଶ୍ରୀମନ୍ତ ସାମଲ ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତ ରହି ଶୁଖିଲାଖାଦ୍ୟ ସହ ନୋଜ ମାସ୍କ ବଣ୍ଟନ କରିଛନ୍ତି । ପରିଷଦର ଦୀର୍ଘଦିନ ଧରି କଟକ ଜିଲ୍ଲାରେ ଏହିପରି ବହୁବିଧ ସେଵାକାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରସଂଶା କରାଯାଇଛି ।
ଉତ୍କଳ ବିକାଶ ପରିଷଦ ପକ୍ଷରୁ ସ୍ୱତନ୍ତ୍ର ସେଵା ଓ ସୁରକ୍ଷା ସେବାକାର୍ଯ୍ୟ ଶୁଭାରମ୍ଭ
|
July 12, 2021 |