ଉଛୁଳୁଛି ବୁଢ଼ାବଳଙ୍ଗ

Spread the love

ବାରିପଦା,୨୯/୮/୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ସତର୍କ ସୂଚନା ଉପରେ ବହୁଛି ବୁଢ଼ାବଳଙ୍ଗା ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ଲାଗି ରହିଥିବା ବର୍ଷା ଫଳରେ ଆଜି ସକାଳ ୫ରୁ ସନ୍ଧ୍ୟା ୫ଟା ମଧ୍ୟରେ ପ୍ରାୟ ସାଢ଼େ ୩ମିଟରରୁ ଅଧିକ ଜଳସ୍ତର ବୃଦ୍ଧି ପାଇଛି। ଅଣ୍ଡିଆ ନିକଟରେ ବୁଢ଼ାବଳଙ୍ଗ ନଦୀର ସତର୍କ ସୂଚନାସ୍ତର ୨୯.୭ ମିଟର ଥିବାବେଳେ ମଧ୍ୟାହ୍ନ ୧୨ଟା ବେଳକୁ ଏହା ୨୯.୨୬ରେ ପହଞ୍ଚିଥିଲା। କ୍ରମାଗତ ଭାବେ ଏହା ଅପରାହ୍ନ ୪ଟା ପର୍ଯ୍ୟନ୍ତ ବଢ଼ିବାରେ ଲାଗିଥିଲା। ୪ଟା ବେଳକୁ ଏହା ୨୯.୫୬ ମିଟର ଥିବାବେଳେ ସନ୍ଧ୍ୟା ୬ଟା ବେଳକୁ ଏହା ସାମାନ୍ୟ ହ୍ରାସ ପାଇ ୨୯.୨୪ରେ ସ୍ଥିର ରହିଥିବା ସୂଚନା ମିଳିଛି। ତେବେ ଏହା ବିପଦ ସଙ୍କେତ ୩୦.୯୨ ମିଟର ତଳେ ପ୍ରବାହିତ ହେଉଛି। ଜାତୀୟ ରାଜପଥ-୫ ଗୋବିନ୍ଦପୁର ନିକଟରେ ମଧ୍ୟ ବୁଢ଼ାବଳଙ୍ଗ ସତର୍କ ସୂଚନା ୭.୨୧ ମିଟରରୁ ଉର୍ଧ ୭.୭୪ ମିଟରରେ ପ୍ରଭାହିତ ହେଉଛି। ଏଠାରେ ବିପଦ ସଙ୍କେତ ସ୍ତର ୮,୧୨ ମିଟର ରହିଛି । ସେହିପରି ରାଜଘାଟ ନିକଟରେ ସୁବର୍ଣ୍ଣରେଖା ସତର୍କ ସୂଚନା ୯.୪୬ମିଟର ତଳେ ୮.୨୪ରେ ପ୍ରବାହିତ ହେଉଛି। ଜୟପୁର ନିକଟରେ ସୁନୋ ଏବଂ ବାଲିମୁଣ୍ଡୁଳି ନିକଟରେ ଗଙ୍ଗାହାର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛନ୍ତି। ଜଳଭଣ୍ଡାର ସ୍ଥିତିକୁ ଦେଖିଲେ ସେପରି ଚିନ୍ତାଜନକ ରିପୋର୍ଟ ନାହିଁ। ମାତ୍ର ଲଗାଣ ବର୍ଷା ସବୁକିଛି ଓଲଟପାଲଟ କରିଦେଇପାରେ ବୋଲି ଆଶଙ୍କା କରାଯାଉଛି। କାଳ ଜଳଭଣ୍ଡାରରେ ଧାର୍ଯ୍ୟ କ୍ଷମତା ୨୪୨୪ ହେକ୍ଟୋମିଟରଠାରୁ କମ୍ ପାଣି ଗଚ୍ଛିତ ରହିଛି। ସୁନେଇ, ଖଡ଼ାଖାଇ, ନିଶା ଏବଂ ବାଙ୍କବାଳ ଜଳଭଣ୍ଡାରରେ ଜଳସ୍ତର ଧାର୍ଯ୍ୟ କ୍ଷମତା ପାଖାପାଖି  ଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଜିଲ୍ଲାରେ କିନ୍ତୁ ବର୍ଷା ପରିମାଣ ଚିନ୍ତାଜନକ ରହିଥିବା ରିପୋର୍ଟରୁ ପୃଷ୍ଟ ହୋଇଛି। ଗତ ୨୪ଘଣ୍ଟା ମଧ୍ୟରେ ଜିଲ୍ଲାରେ ମୋଟ  ୩୧୭ ୬.୨ ମିମି ବର୍ଷା ରେକର୍ଡ  କରାଯାଇଛି। ଜିଲ୍ଲାରେ ହାରାହାରି ୧୨୨,୧୮ ମିମି ବର୍ଷା ହୋଇଛି। ବାରିପଦାରେ ସର୍ବାଧିକ ୨୦୭ ମିମି ବର୍ଷା ହୋଇଛି। ଶ୍ୟାମାଖୁଣ୍ଟାରେ ୧୬୫, ବଡ଼ସାହିରେ ୧୨୨, ବେତନଟୀରେ ୧୩୯, ମୋରଡ଼ାରେ ୬୪, ରାସଗୋବିନ୍ଦପୁରରେ ୬୭.୨, କୁଳିଅଣାରେ ୧୭୦, ସାରସକଣାରେ ୧୧୮, ଶୁଳିଆପଦାରେ ୬୪, ବାଙ୍ଗିରିପୋଷିରେ ୧୩୬.୪, ଖୁଣ୍ଟା ଓ ଜିବି ନଗରରେ ୧୪୦, ଉଦଳାରେ ୧୪୦.୬, କପ୍ତିପଦାରେ ୪O, ବିଶୋଇରେ ୧୩୫, ବିଜାତଳାରେ ୧୦୨, ରାଇରଙ୍ଗପୁରରେ ୧୨୯, କୁସୁମୀରେ ୧୫୬.୪, ଜାମଦାରେ ୧୦୧, ବହଳଦାରେ ୮୬.୪, ତିରିଂରେ ୫୭.୪, ଯଶିପୁରରେ ୬୬.୬, କରଞ୍ଜିଆରେ ୧୨୪.୭, ଠାକୁରମୁଣ୍ଡାରେ ୧୯୩, ଶୁକୃଳିରେ ୧୯୭, ରଆରେ ୧୧୫ ବର୍ଷା ରେକର୍ଡ କରାଯାଇଛି ।

Related Posts

About The Author

Add Comment