ଉଗ୍ର ରୂପ ନେଉଛି ‘ତିତ୍ଲି’,ରାଜ୍ୟର ସମସ୍ତ ଜିଲ୍ଲାରେ ଛାତ୍ର ସଂସଦ ନିର୍ବାଚନ ବାତିଲ୍
ଉଗ୍ର ରୂପ ନେଉଛି ‘ତିତ୍ଲି’,ରାଜ୍ୟର ସମସ୍ତ ଜିଲ୍ଲାରେ ଛାତ୍ର ସଂସଦ ନିର୍ବାଚନ ବାତିଲ୍
Manas Kumar Rout |
October 10, 2018 |
ଭୁବନେଶ୍ବର, ୧୦/୧୦(ସନ୍ଧାନ ନିୟୁଜ): ବାତ୍ୟା ଆଶଙ୍କାରେ ରାଜ୍ୟର ସମସ୍ତ କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲ୍ କରିଦିଆଯାଇଛି। ପ୍ରଶାସନ ପକ୍ଷରୁ ଏହି ଘୋଷଣା କରାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା ଉଚ୍ଚଶିକ୍ଷା ବିଭାଗ ସଚିବ ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତ। ପୂର୍ବରୁ ୫ ଜିଲ୍ଲାରେ କଲେଜ୍ ଗୁଡ଼ିକରେ ନିର୍ବାଚନ ବାତିଲ କରିଦିଆଯାଇଥିଲା। ଏହି ୫ ଜିଲ୍ଲା ମଧ୍ୟରେ ଗଞ୍ଜାମ, ଗଜପତି, ଜଗତସିଂହପୁର,କେନ୍ଦ୍ରପଡ଼ା ଓ ପୁରୀ ରହିଥିଲା। ଆସନ୍ତା ୧୧ ଓ ୧୨ ତାରିଖରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ଛୁଟି ଘୋଷଣା କରାଯାଇଛି।
ଗତକାଲି ନିର୍ବାଚନୀ ପ୍ରଚାରର ଶେଷଦିନ ହୋଇଥିବାରୁ ବିଭିନ୍ନ ଛାତ୍ରଗୋଷ୍ଠିଙ୍କ ମଧ୍ୟରେ ନିର୍ବାଚନ ଉତ୍ସାହ ଭରି ରହିଥିବାବେଳେ ପ୍ରଚାର ପ୍ରସାର ଜୋର ଧରିଥିଲା। ଛାତ୍ରଛାତ୍ରୀଙ୍କୁ ନିଜ ସପକ୍ଷରେ ନେବା ପାଇଁ ସୋସିଆଲ ମିଡ଼ିଆରେ ସାହାଯ୍ୟ ନେବା ସହ କେହି କେହି ଛାତ୍ରଛାତ୍ରୀଙ୍କ ଘରଘରକୁ ଯାଇ ଉପହାର ଦେଇ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଥିଲେ। ନିର୍ବାଚନ ବାତିଲ ହେବା ପରେ ଆଶାୟୀ ପ୍ରାର୍ଥୀ ଓ ସମର୍ଥକଙ୍କ ମଧ୍ୟରେ ନିରୁତ୍ସାହ ଦେଖିବାକୁ ମିଳିଛି।
Related Posts
About The Author