ଇଣ୍ଡୋନେସିଆରେ ୭.୦ ତୀବ୍ରତାର ଭୂକମ୍ପ ଅନୁଭୂତ; ସୁନାମୀ ସତର୍କତା ଜାରି

Spread the love

ଜାକର୍ତ୍ତା,୫/୮(ସନ୍ଧାନ ନିୟୁଜ): ରବିବାର ଇଣ୍ଡୋନେସିଆରେ ରେକ୍ଟର ସ୍କେଲ୍‌ ୭.୦ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଏଏନ୍‌ଆଇ ଦ୍ୱାରା ହୋଇଥିବା ଟୁଇଟ୍‌ରୁ ଜାଣିବାକୁ ମିଳିଛି ଯେ ୟୁଏସ୍‌ ଜିଓଲୋଜିକାଲ୍‌ ସର୍ଭେ(ୟୁଏସ୍‌ଜିଏସ୍‌) ମୁତାବକ ଏହି ଭୂକମ୍ପ ଦ୍ୱାରା ଲାମ୍ବୋକ ଦ୍ୱୀପ(ଇଣ୍ଡୋନେସିଆର ଏକ ପ୍ରସିଦ୍ଧ ଦ୍ୱୀପ)କୁ ଝଟ୍‌କା ଲାଗିଛି। ଏହି ଭୂମିକମ୍ପରେ ଏଯାବତ୍‌ କେହି ମୃତାହତ ହୋଇଥିବା ଖବର ହସ୍ତଗତ ହୋଇନାହିଁ।

ନିକଟରେ ଜୁଲାଇ ମାସରେ ଏହି ଦ୍ୱୀପରେ ଭୂକମ୍ପ ହେବା ଫଳରେ ପ୍ରାୟ ୬୮୦ ଲୋକ ସେଠାରେ ବିପଦପୂର୍ଣ୍ଣ ଅବସ୍ଥାରେ ଫସି ରହିଥିଲେ। ପ୍ରାୟ ୧୨ରୁ ଊର୍ଧ୍ୱ ଲୋକଙ୍କ ଜୀବନ ଯାଇଥିବା ରିପୋର୍ଟ ରହିଛି। କାର୍ଯ୍ୟରତ ଅଧିକାରୀ ଲାମ୍ବୋକ ଦ୍ୱୀପରେ ଉଦ୍ଧାର କାର୍ଯ୍ୟ କରି ଫସି ରହିଥିବା ପର୍ଯ୍ୟଟଙ୍କୁ ବିପଦ ମୁଖରୁ ବଞ୍ଚାଇଥିଲେ।

ଜାତୀୟ ବିପର୍ଯ୍ୟୟ ପରିଚାଳନା ଏଜେନ୍ସିର ମୁଖପାତ୍ର ଦେଇଥିବା ସୂଚନା ମୁତାବକ, ରବିବାର ସକାଳୁ ହୋଇଥିବା ଏହି ଭୂକମ୍ପରେ ପାଖାପାଖି ୬୮୯ ଲୋକ ଫସି ରହିଥିଲେ। ସେହିପରି ଜୁଲାଇ ୨୯ରେ ହୋଇଥିବା ଭୂକମ୍ପ ଉତ୍ତର ଲାମ୍ବୋକର ପ୍ରାୟ ୩ଟି ଜିଲ୍ଲାକୁ ପ୍ରଭାବିତ କରିଥିଲା।

ବାରମ୍ବାର ଭୂକମ୍ପ ଅନୁଭୂତ ହେବା ପରେ ସଂପୃକ୍ତ ଅଞ୍ଚଳରେ ସୁନାମୀ ସତର୍କତା ଜାରି କରାଯାଇଛି।

Related Posts

About The Author

Add Comment