ଇଂରାଜୀ ପତ୍ରିକା ରକପେବଲସ ର ବାର୍ଷିକ ଉତ୍ସବ

Spread the love

ଜେନାପୁର (ସନ୍ଧାନ ନ୍ୟୁଜ୍ )ଧର୍ମଶାଳା ବ୍ଲକ ର ଧର୍ମଶାଳା ମହାବିଦ୍ୟାଳୟରେ ଇଂରାଜୀ ଏବଂ ଓଡ଼ିଆ ବିଭାଗର ମିଳିତ ଆନୁକୂଲ୍ୟରେ ଓଡ଼ିଶାର ପ୍ରଥମ ପଞ୍ଜିକୃତ ଇଂରାଜୀ ପତ୍ରିକା ରକପେବଲସ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ବ୍ୟାସନଗର ସ୍ୱୟଂମଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଓ ରକପେବଲସ ଇଂରାଜୀ ପତ୍ରିକାର ଉପଦେଷ୍ଟା ଡ କୁଶ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ରକପେବଲସ ପତ୍ରିକା ର ସମ୍ପାଦକ ଡ଼ଃ ଉଦୟନାଥ ମାଝୀ,ସୁନାମଧନ୍ୟ ଓଡ଼ିଆ ପ୍ରଫେସର,ଭାଷାବିତ ତଥା ଲେଖକ

ପ୍ରଫେସର ବୈଷ୍ଣବ ଚରଣ ସାମଲ ମୁଖ୍ୟ ଅତିଥି,ମେଘାଳୟର ବିଜ୍ଞାନ , ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟର ଇଂରାଜୀ ପ୍ରଫେସର ବିଷ୍ଣୁ ଚରଣ ଦାଶ ମୁଖ୍ୟ ବକ୍ତା,ଶିଶୁ ପତ୍ରିକା ଶୁଭ ସକାଳର ଉପସଭାପତି ସମାଜସେବୀ ମିନତୀ ସାହୁ ସମାନ୍ନିତ ଅତିଥି, ଧର୍ମଶାଳା ମହାବିଦ୍ୟାଳୟର ଅଧ୍ୟକ୍ଷ ସ୍ୱରୂପାନନ୍ଦ ପଣ୍ଡା, ଓଡ଼ିଆ ବିଭାଗର ମୁଖ୍ୟ ଡ ଅଭିନ୍ନ ଚନ୍ଦ୍ର ଦାଶ,ଇଂରାଜୀ ବିଭାଗର ମୁଖ୍ୟ ମିହିର କୁମାର ରାଉତ ଅତିଥି ଭାବେ ଯୋଗ ଦେଇଥିଲେ l ମୁଖ୍ୟ ଅତିଥି ପ୍ରଫେସର ସାମଲ ଓଡିଆ ଅସ୍ମିତା ଉପରେ ଏକ ସା ରଗର୍ଭକ ଅଭିଭାଷଣ ରଖିଥିଲା ବେଳେ ପ୍ରଫେସର ଦାଶ ଇଂରାଜୀ କବି କେକୀ ଏନ ଦାରୁବାଲା ଉପରେ ଦୀକ୍ଷାନ୍ତ ବ୍ୟକ୍ତବ୍ୟ ରଖିଥିଲେ l ଓଡ଼ିଶାର ବିଭିନ୍ନ ଜିଲାରୁ ଶତାଧିକ ସାହିତ୍ୟିକ, କବି ଯୋଗଦେଇଥିବା ବେଳେ, ମହାବିଦ୍ୟାଳୟର ଦୁଇ ଶହରୁ ଉର୍ଦ୍ଧ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଯୋଗ ଦେଇଥିଲେ l ରକପେବୁଲସର ଡିସେମ୍ବର ସଂଖ୍ୟା ଅତିଥିମାନଙ୍କ ଦ୍ଵାରା ଉନ୍ମୋଚନ ହୋଇଥିଲା l ସୁଶ୍ରୀ ସଂଗୀତା ପଣ୍ଡାଙ୍କ ରଚିତ କବିତା ସଂକଳନ କିୟୁପିଡ଼ କମଲିନେସ ଉନ୍ମୋଚିତ ହୋଇଥିଲା lଦ୍ୱିତୀୟାର୍ଦ୍ଧରେ ବରିଷ୍ଠ କବୟିତ୍ରୀ ପଦ୍ମଜା ଶରଣଙ୍କ ଅଧ୍ୟକ୍ଷତାରେ ଏକ କବିତା ଆବୃତ୍ତି ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା l ଶତାଧିକ କବି କବୟିତ୍ରୀ ଏଥିରେ ଯୋଗ ଦେଇଥିଲେ l

Related Posts

About The Author

Add Comment