ଆହୁରି ବଢିବ ତାତି

Spread the love
ଭୁବନେଶ୍ୱର,୧୪/୦୪ (ସନ୍ଧାନ ନିୟୁଜ) : ରାଜ୍ୟରେ ତାତି ବଢୁଛି। ଉପର ମୁହାଁ ହୋଇଛି ପାରଦ। ଆଗକୁ ଆହୁରି ଗରମ ଅନୁଭୂତ ହେବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏପରି ପୂର୍ବାନୁମାନ କରିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସର୍ବୋଚ୍ଚ ଆଜି ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ୍‌ ଛୁଇଁବ। ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌ ବଢ଼ିବ ବୋଲି ସୂଚନା ଦେଇଛି। ସେହିପରି ପାଣିପାଗ ବିଶେଷଜ୍ଞଙ୍କ ମତହେଲା ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ଟାଣ ଖରା ହେବା ସହିତ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ୧୪ ଓ ୧୫ ତାରିଖରେ କିଛି ଅଞ୍ଚଳରେ କାଳବୈଶାଖୀ ବର୍ଷା ହେବାର ଥିଲେ ମଧ୍ୟ ତାତି କମିବାର ସମ୍ଭାବନା ନାହିଁ।

Related Posts

About The Author

Add Comment