ଯାଜପୁର ୧୪/୨/୨୦ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବ୍ରହ୍ମବରଦା ପଞ୍ଚାୟତରେ ଫେବୃୟାରୀ ୨୮ରୁ ମାର୍ଚ୍ଚ ମାସ ୨ ତାରିଖ ଯାଏ ରାଜ୍ୟବ୍ୟାପି ଏକ ବିରାଟ ଧର୍ମ ସଭା ସମ୍ମୀଳନୀ ହେବା ପାଇଁ ଜିଲ୍ଲାସ୍ତରରେ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ଥାନା ଅଧିକାରୀ ଓ ସ୍ଥାନୀୟ ଲୋକ ମାନଙ୍କ ମଧ୍ୟରେ ଏକ ପ୍ରସ୍ତୁତି ବୈଠକ ହୋଇଯାଇଚି । ଉକ୍ତ ବୈଠକରେ ଯାଜପୁର ଜିଲ୍ଲାପାଳ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଚରଣ ସିଂମିନା ଯୋଗ ଦେଇଥିଲେ । ଏହି ଧର୍ମସଭାରେ ଭାରତର କୋଣରୁ ମୁସଲମାନ ଭାଈ ମାନେ ଲକ୍ଷାଧିକ ଭାବରେ ଯୋଗ ଦେବାର ବ୍ୟବସ୍ଥା କରାଯାଇଛି । ବ୍ରହ୍ମବରଦା ଗ୍ରାମର ପ୍ରଦୀପ ଦାସଙ୍କ ସହିତ ଗ୍ରାମର ସରପଞ୍ଚଚ ତଥା ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଜିଲ୍ଲାପାଳଙ୍କୁ ପଚରା ଯିବାରୁ ସେ କହିଥିଲେ? ଈଚ୍ଚଗ୍ଧର/ବାଇଟ୍ …. ପରେ ଜିଲ୍ଲାପାଳଙ୍କ ସହିତ ଆରକ୍ଷୀ ଅଧ୍ୟୀକ୍ଷକ ସଭାସ୍ଥଳ ବୁଲି ତନଖିକରି ଫେରିଥିଲେ ।
ଆଲିମ୍ ଇଜ୍ତମା ଧର୍ମସମ୍ମୀଳନୀ ବ୍ରହ୍ମବରଦା
|
February 14, 2020 |