ଆମ୍ବୁଲାନ୍ସ ଚାଳକ ଓ ଫାର୍ମାସିଷ୍ଟଙ୍କ ଅବହେଳା ଖାଇବାକୁ ଅଟକିଲେ , ଶିଶୁର ଜୀବନ ଗଲା

Spread the love

ବାରିପଦା ୧୨/୦୮/୨୦୨୦ (ସନ୍ଧାନ ନିଉଜ)  ଗରିବ ଅସହାୟ ଜନସାଧାରଣଙ୍କୁ ଆବଶ୍ୟକ ଡାକ୍ତରୀସେବା ଯୋଗାଇଦେବାର ବ୍ୟବସ୍ଥାକୁ ବ୍ୟାପକ କରିବାକୁ ଯାଇ ସରକାର ଆରମ୍ଭ କରିଥିଲେ ମାଗଣା ୧୦୮ ଆମ୍ବୁଲାନ୍ସ ସେବା । ତେବେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ସରକାର ଏକ ବେସରକାରୀ ସଂସ୍ଥା ହାତକୁ ଟେକିଦେଇଛନ୍ତି । ହେଲେ ପ୍ରକୃତରେ ଏହି ଆମ୍ବୁଲାନ୍ସ ସେବା ତୃଣମୂଳସ୍ତରରେ କିଭଳି ଚାଲିଛି ସେସବୁର ସମୀକ୍ଷା କରିବାକୁ ସରକାରଙ୍କ ନିକଟରେ ସମୟ ନାହିଁ । ଯାହାର ପ୍ରତି କୂଳ ଫଳାଫଳ ଅନେକ ସମୟରେ ଦେଖିବାକୁ ମିଳୁଥିବାବେଳେ ଆଜି ମଧ୍ୟ ଏ ନେଇ ଏକ ଅଭାବନୀୟ ଘଟଣା ଦେଖି ବାକୁ ମିଳିଛି । ଆମ୍ବୁଲାନ୍ସ କର୍ମଚାରୀଙ୍କ ଚରମ ଅବହେଳା ପାଇଁ ଆଜି ଲିଭିଯାଇଛି  ବର୍ଷ କର ଶିଶୁ ପୁତ୍ର ର ଜୀବନ । ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ତୃଣମୂଳସ୍ତରରେ ୧୦୮ ଆମ୍ବୁଲାନ୍ତିସେବା କିଭଳି ଚାଲିଛି ତାହା ଲୋକଲୋଚନକୁ ଆସିଛି ।

        ସୂଚନା ମୁତାବକ ବେତନଟୀ ଉପକଣ୍ଠ ଆମ୍ବଯୋଡା ଗ୍ରାମର ନିଶାରଞ୍ଜନ ବେହେରା ଏବଂ ଗୀତା ବେହେରାଙ୍କ ବର୍ଷକର ଶିଶୁ ପୁତ୍ର ଜୀତ୍ ଅସୁସ୍ଥ ହେବାରୁ ତାଙ୍କୁ ରବିବାର ରେ ବେତନଟୀ ଡାକ୍ତରଖାନାକୁ ଅଣାଯାଇଥିଲା । ତେବେ ସେଠାରୁ ତାଙ୍କୁ ବାରିପଦା ପିଆରଏମ ରେ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସାର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସ୍ୱାସ୍ଥ୍ୟବସ୍ଥାରେ ଯଥ ଅବନତି ଘଟିବାରୁ ଡାକ୍ତର ତାଙ୍କୁ ତୁରନ୍ତ କଟକ ସ୍ଥାନାନ୍ତର ପାଇଁ ସୋମବାର ଅପରାହ୍ନ ରେ  ନିର୍ଦ୍ଦେଶ ଦେଇଥିଲେ । ଏହାପରେ ୧୦୮ କଣ ଆମ୍ବୁଲାନ୍ସ (ଓଡି-୦୨ବିଏଚ-୧୨୫୨)  ଯୋଗେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଉଥିଲା । ତେବେ ଅଭିଯୋଗକାରୀ ମୃତ ଶିଶୁ ପୁତ୍ରଙ୍କ ମା’ ଗୀତା ବେହେରାଙ୍କ ଅଭିଯୋଗ ମୁତାବକ ବାରିପଦା ସହରରୁ ବାହାରିବା ପରେ ମଞ୍ଚାବନ୍ଧାସ୍ଥିତ ଏକ । ଢାବାରେ ଗାଡିରଖି ଚାଳକ ଏବଂ ଫାର୍ମାସିଷ୍ଟ ଖାଇବାକୁ ଯାଇଥିଲେ। ତେବେ ଦେଢଘଣ୍ଟା ପରେ ମଧ୍ୟ ସେମାନେ ଢାବାରୁ ଫେରିନଥିବା ବେଳେ । ଶିଶୁ ପୁତ୍ରର ସ୍ଵାସ୍ଥ୍ୟବସ୍ଥା ଆହୁରି ଶୋଚନୀୟ , ହୋଇପଡିଥିଲା । ଶିଶୁ ପୁତ୍ରର ସ୍ଵାସ୍ଥ୍ୟବସ୍ଥାରେ ଅହେତୁକ ଅବନତି ଦେଖି ଅଭିଯୋଗକାରୀ ଗୀତା | ବେହେରା ଢାବାକୁ ଯାଇ ସେମାନଙ୍କୁ ଶିଶୁ ପୁତ୍ରର ସ୍ଵାସ୍ଥ୍ୟବସ୍ଥା ବାବଦରେ ଅବଗତ କରିବା ସହିତ | ଯଥାଶୀଘ୍ର ବାହାରିବା ପାଇଁ ଅନୁରୋଧ କରିଥିଲେ । ମାତ୍ର ଆମ୍ବୁଲାନ୍ସ କର୍ମଚାରୀ ଦୁଇଜଣ ବ୍ୟସ୍ତ ହୁଅନାହିଁ ଆମେ ଡାକ୍ତର ଆମେ ଜାଣିଛୁ ପିଲାର କଣ ହେବ କଣ ନାହିଁ ଆମକୁ ଭଲ ଭାବେ ଜଣା’ ବୋଲି କହି ଥିବା ଗୀତା ବେହେରା ଏତଲାରେ ଦର୍ଶାଇଛନ୍ତି । ଶେଷରେ ଦୀର୍ଘ ସମୟ ଢାବାରେ ରହି ବାହାରିବା ପରେ ରାସ୍ତାରେ ଶିଶୁ ପୁତ୍ର ନିସ୍ତେଜ ହୋଇପଡିଥିଲା । ଏହାଦେଖି ବିଚଳିତ ମା’ ଶିଶୁ ସମ୍ପୂର୍ଣ ନିସ୍ତେଜ ଏବଂ ଚେତାଶୂନ୍ୟ ହୋଇଯାଇଥିବା ନେଇ ଜଣାଇବାପରେ । ଆମୁ ଲାନ୍ସ ୧୮ ନଂ ଜାତୀୟ ରାଜପଥ ପାର୍ଶ୍ବ କୁଷ୍ଣଚନ୍ଦ୍ର ପୁର ଡାକ୍ତରଖାନାରେ ଅଟକି ଥିଲା  ସେଠାରେ କାର୍ଯ୍ୟ ରତ ଡାକ୍ତର । ଶିଶୁ ପୁତ୍ର କୁ ମୃତ ଘୋଷଣା କରିଥିଲେ । ଏହାପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଶିଶୁ ପତ୍ର ମୃତ୍ୟୁ ଖବର ପାଇ ଆସୁଲାନ୍ସ ଚାଳକ ଏବଂ ଫାର୍ମାସିଷ୍ଟ ଦ୍ବୟ ଘଟଣାସ୍ଥଳରୁ । ଗାଡି ଛାଡି ଫେରାର ହୋଇଯାଇଥିଲେ । ଖବରପାଇ ବେତନଟୀ ଥାନା ଏସଆଇ ବେଦପ୍ରକାଶ ନନ୍ଦ, କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧିକାରୀ ଏଏସ ଆଇ ଚନ୍ଦ୍ରକାନ୍ତ ରଣଜିତ ପ୍ରମୁଖ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଜନସାଧାରଣଙ୍କୁ ବୁଝାସୁଝା କରିଥିଲେ । ଏନେଇ ଆମୁ ଲାନ୍ସ କର୍ମଚାରୀଙ୍କ ଚରମ ଅବହେଳାରୁ  ଶିଶୁ ପୁତ୍ର ର ମୃତ୍ୟୁକୁ ନେଇ ମୃତକଙ୍କ ମା’ ଗୀତା ବେହେରାଙ୍କ ଲିଖିତ ଅଭିଯୋଗ କ୍ରମେ ବେତନଟୀ ଥାନାରେ ୧୭୬|୨୦୨୦ ଦଫା ୩୦୪(ଏ)/ ୩୪ ଆଇପିସି ମୂଳେ ଏକ ମାମଲା ରୁଜୁ କରାଯାଇଛି । ୧୦୮ ଆମ୍ବୁଲାନ୍ସ ବୁଝାସୁଝା କରୁ ଥିବା ମୟୁରଭଞ୍ଜ ଜିଲ୍ଲା  ସଂଯୋଜକ ସାୟନ ବୋଷଙ୍କୁ ଯୋଗାଯୋଗ କରିବାରୁ ସେ ଡାକ୍ତରଖାନା କାର୍ଯ୍ୟରେ ବ୍ୟସ୍ତଥିବାରୁ ପରେ କଥା ହେବେ ବୋଲି ପ୍ରକାଶ କରିଥିଲେ । ଏନେଇ କୃଷ୍ଣଚନ୍ଦ୍ରପୁର ଡାକ୍ତରଖାନା ଅଧିକାରୀ ଡ. ମହେଶ୍ୱର ମାଝାଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ରିସିଭ କରିନଥିଲେ । ତେବେ ଯଦି ଢାବାରେ ଖାଇବାପାଇଁ ଘଣ୍ଟାଘଣ୍ଟା ଅଟକିବାରୁ ନିରୀହ ଶିଶୁ ପୁତ୍ର ର ଜୀବନ ଚାଲିଯାଏ ତାହେଲେ ଜିଲ୍ଲା ତଥା ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବା କେତେ ଲୋକାଭିମୁଖି ହୋଇପାରିଛି ତାହା ସହଜରେ ଅନୁମେୟ । ତେବେ ପୁଲିସ୍ ଉକ୍ତ ଆମ୍ବୁଲାନ୍ସକୁ ସିଜ୍ କରିଛି । ଶିଶୁ ପୁତ୍ରକୁ ମା’ ହରାଇ ବିଚଳିତ ହେଉପଡୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

Related Posts

About The Author

Add Comment