ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀ

Spread the love

ବାରିପଦା୨୪/୯(ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା): ଗରିବ ଶ୍ରେଣୀର ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ ମାଳ ମାଳ ଯୋଜନା ପ୍ରସ୍ତୁତ କରାଯାଇଛି । କିନ୍ତୁ ଏଠାରେ ଲୋକଙ୍କ ଅବସ୍ଥା ଦେଖିଲେ ଲାଗୁଛି ସରକାରୀ ଯୋଜନା ଯେମିତି ଏମାନଙ୍କ ପାଇଁ ସାତସପନ । ବାସ ହୀନ ଏବଂ କଚ୍ଚା ଘରେ ରହୁଥିବା ଲୋକଙ୍କ ପାଇଁ ବିଜୁ ପକ୍କା ଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ମୋ କୁଡ଼ିଆ ଯୋଜନାରେ ପକ୍କା ଘର ସରକାରଙ୍କ ପକ୍ଷରୁ ବନ୍ଦବୋସ୍ତ କରାଯାଉଛି । କିନ୍ତୁ ଏହି ସରକାରୀ ଯୋଜନା ଗୁଡିକ ପ୍ରଶାସନିକ ଅଧୁକାରୀଙ୍କୁ ଅବହେଳା କିମ୍ବା ସ୍ବାର୍ଥ ଡ଼େ ସୀ ମନୋଭାବ ଯୋଗୁ ପ୍ରକୃତ ହିତାଧୁକାରୀଙ୍କ ନିକଟରେ ପହଞ୍ଚି ପାରୁନାହିଁ । ତେବେ ଦେଖୁ ବାକୁ ଗଲେ ହିତାଧୁକାରୀମାନେ ରହୁଥିବା ଘରେ କାହାର କାନ୍ଥ ପଡ଼ି ଗଲାଣି ତ ପୁଣି କାହାର ଛପର ଖସିପଡ଼ି ଲାଣି । ପୁଣି ଆଉ କାହାର ଛପର ଉପରେ ପଲିଥିନ ପ୍ୟାଟ୍ ପକେଇ ରହିବାକୁ । ପଡୁଛି । ତାହାପୁଣି ଅତି ଦୟନୀୟ ଭାବେ ଲୋକେ ବସବାସ କରୁଛନ୍ତି ।

             ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକର ବୁଡାମରା ପଞ୍ଚାୟତ ସଙ୍କରପୁର ଗ୍ରାମରେ ଅନେକ ଭିନ୍ନ କ୍ଷମ, ବି ଧବ, ହିତାଧୁକାରୀ ରହିଥିଲେ ବି ଏମାନଙ୍କୁ ସରକାରଙ୍କ ଯୋଜନା ଗୁଡିକ ମିଳିପାରି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପଲ୍ଲୀ ସଭା, ଗ୍ରାମ ସଭା, ପଞ୍ଚାୟତ କାର୍ଯ୍ୟାଳୟରେ ଆବେଦନ କରି ନୟାନ୍ତ ହୋଇଥିଲେ ବି ପଞ୍ଚାୟତ ପକ୍ଷରୁ ଏମାନଙ୍କର ଲିଷ୍ଠ ବାହାରି ନାହିଁ ବୋଲି କୁହାଯାଇଛି । ତେବେ ଯେତେବେଳେ ହିତାଧୁକାରୀଙ୍କ ପାଇଁ ଘର ଅର୍ଥ ଆସିଲା ସେତେବେଳେ ପାଇବା ଲୋକ ସାମିଲ ନହୋଇ ନ ପାଇ ବା ଲୋକଙ୍କୁ ସାମିଲ କରାଯାଇଛି । ଯାହାକି ଅସନ୍ତୋଷ ଓ ଦୂର କାରଣ ସାଜିଛି । ତେଣୁ ପ୍ରଶାସନ ପକ୍ଷରୁ ପ୍ରକୃତ ହିତାଧୁକାରୀକୁ ଚୟନ କରି ପାଇବାକୁ ଥିବା ହିତାଧିକାରୀଙ୍କୁ ଘର ଯୋଗାଇ ଦେବାକୁ ଦାବି ହେଉଛି । ତେବେ ଘଟଣା ସମ୍ପର୍କରେ ଆମ ପ୍ରତିନିଧ୍ବ ଶଙ୍କରପୁର ଗ୍ରାମର କିଛି ହିତାଧିକାରୀଙ୍କୁ ଭେଟି ସେମାନଙ୍କ ମତାମତ ଲୋଡିଥିଲୁ । ହିତାଧିକାରୀ ବିଳାସ ମହାନ୍ତ ଓ ଦୀପିକା ମହାନ୍ତଙ୍କ କହିବା ଅନୁଯାୟୀ ଆମ ପାଖରେ ଟଙ୍କା ନାହିଁ କିମ୍ବା ଆମକୁ ସାହାଯ୍ୟ କରିବା ପାଇଁ କେହି ନାହାନ୍ତି । ଆମର ଘର ନାହିଁ ହେଲେ ଦେବ କିଏ ବୋଲି କୋହଭରା କଣ୍ଠରେ କହିଥିଲେ। ଆହୁରି ମଧ୍ୟ କହିଥିଲେ ଯେ ସମ୍ପୃକ୍ତ ଘଟଣାକୁ ନେଇ ୱାର୍ଡମେମ୍ବର, ନାଏବ ସରପଞ୍ଚଙ୍କୁ ଜଣାଇଥିଲୁ । କିନ୍ତୁ ଆମ କଥା ପଞ୍ଚାୟତ ସମ୍ପ୍ରସାରଣ, ସରପଞ୍ଚ କେହି ହେଲେ ଶୁଣୁ ନାହାନ୍ତି । ଅନ୍ୟ ଗାଁର ଲୋକ ଆମ ଗାଁରେ ଘର ପାଇଲେ ହେଲେ ଆମ ଗାଁ ଲୋକ ପାଇଲେ ନାହିଁ । ଏଣୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ହିତାଧୁକାରୀ କିପରି ସେମାନଙ୍କ ଯୋଜନାଗୁଡିକ ପାଇବେ ସେ ସମ୍ପର୍କରେ ତଦନ୍ତ କରି ଯୋଗାଇ ଦେବାକୁ ସବୁ ମହଲରୁ ଦାବି ହେଉଛି ।

Related Posts

About The Author

Add Comment