ଗୋରୁମହିଷାଣୀ,୦୬.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟ ସରକାର ହଡ଼ପ କରିଥିବା ଅଭିଯୋଗ ଆଣିଛି ବିଜେପି । ଅଭିଯୋଗ ଅନୁଯାୟୀ କେନ୍ଦ୍ର ସରକାର ଆସନ୍ତା ୨୦୨୨ ସୁଦ୍ଧା ସମସ୍ତ ଯୋଗ୍ୟ ହିତାଧୁକାରୀଙ୍କୁ ପକ୍କାଘର ଯୋଗାଇ ଦେବାର ଲକ୍ଷ ରଖୁଛନ୍ତି । ମାତ୍ର ଉକ୍ତ ଯୋଜନାକୁ ରାଜ୍ୟ ସରକାର ବଂଚକତା କରି ପ୍ରାୟ ଦଶବର୍ଷ ତଳେ ନିର୍ମିତ ହୋଇଥିବା ଇନ୍ଦିରା ଆବାସ ଗୃହ ଏବଂ ବର୍ତ୍ତମାନ ପ୍ରଚଳିତ ହେଉଥିବା ପ୍ରଧାନମନ୍ତ୍ରୀ ଆବାସ ଗୃହରେ ସରକାରୀ କର୍ମଚାରୀଙ୍କ ମାଧ୍ୟମରେ ବିଜୁ ପକ୍କାଘର ଷ୍ଟିକର ମାରି ରାଜ୍ୟ ସରକାର କରିଥିବାର ବାହାବା ନେଉଥିବାର ଅଭିଯୋଗ କରିଛନ୍ତି । ଉକ୍ତ ପରିପ୍ରେକ୍ଷୀରେ ୪୬ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ସୁଗଦା ମାରାଣ୍ଡିଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ଗୋରୁମହିଷାଣୀ ବିର୍ସା ମୁଣ୍ଡା ଛକରୁ ଶୋଭାଯାତ୍ରାରେ ବାହାରି ରାଜ୍ୟ ସରକାରଙ୍କ ବଂଚ କତା ବି ରୁ ଦ୍ଧରେ ବିଭିନ୍ନ ସ୍ଲୋଗାନ ମାନ ଦେଇ ଗୋରୁ ମହି ଷାଣୀ ଥାନା ନିକଟକୁ ଯାଇଥିଲେ । ଏବଂ ଥାନାଧିକାରୀ – ପି.କେ. ସାଇଁ ଙ୍କୁ କେନ୍ଦ୍ର ସରକାର ନିର୍ମିତ ଗୃହରେ ଷ୍ଟିକର ମାରିବା ମୁଖ୍ୟମନ୍ତ୍ରୀଙ୍କ ମିଥ୍ୟ ତଥ୍ୟ ଥିବା ଚିଠି ସଂପୂର୍ଣ୍ଣ ବେଆଇନ, ଠକାମି ,ପ୍ରତାରଣା ଓ ବିଭ୍ରାନ୍ତିକର କାର୍ଯ୍ୟ ହୋଇଥିବାରୁ ୪୨୦ଧାରା ଅନୁଯାୟୀ ମାମଲ ରୁଜୁ କରିବା ପାଇଁ ଦାବି ଜଣାଇଥିଲେ । ଉକ୍ତ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଗୋରୁମହିଷାଣୀ ମଣ୍ଡଳ ସଭାପତି ବିଦ୍ୟାପତି ଗିରି, ସାଂସଦ ପ୍ରତିନିଧି ଦୁର୍ଗା ମହାନ୍ତି, ବରିଷ୍ଠ ବିଜେପି ନେତା ଅଶୋକ କୁମାର ମହାନ୍ତ, ରାଧାଶ୍ୟାମ ମଣ୍ଡଳ, ବି କାଶ ମଣ୍ଡଳ, ସୁବାଷ ସେଠୀ, ଅଶ୍ବିନୀ ନାଏକ, ଅରୁଣ ଗିରି ପ୍ରମୁଖ ଶତାଧୁକ କର୍ମୀ ଯୋଗଦାନ କରିଥିଲେ ।
ଆବାସ ଯୋଜନାକୁ ହଡ଼ପ ଅଭିଯୋଗ, ବିଜେପି ପକ୍ଷରୁ ଥାନାରେ ଏ ଏତଲା
|
January 6, 2021 |