ବାରିପଦା, ୩୧.୦୧.୨୦୨୧(ସନ୍ଧାନ ନିଉଜ୍):-ଆପଣ ସୁନା କିଣିବା ପାଇଁ ପ୍ରସ୍ତୁତ ହେଉଛନ୍ତି କି ? ସୁନାର ଅଧିକ ଦାମ୍କୁ ନେଇ ଚିନ୍ତିତ କି ? ଏବେ ଆପଣଙ୍କ ପାଇଁ ଖୁସି ଖବର । ଆଉ ଗୋଟିଏ ଦିନ ପରେ ଆପଣ ରିହାତି ସହ ଶସ୍ତାରେ ସୁନା କିଣିବାର ସୁଯୋଗ ପାଇପାରିବେ । ଏହି ସୁଯୋଗକୁ ହାତ ଛଡ଼ା କରନ୍ତୁ ନାହିଁ । ସାଭରେନ୍ ଗୋଲ୍ଡ ବଣ୍ଡ ( Soverign Gold Bond) ରେ ସବ୍ସକ୍ରିପ୍ସନର ସୁଯୋଗ ପୁଣି ଥରେ ଖୋଲିବାକୁ ଯାଉଛି । କେନ୍ଦ୍ର ସରକାରଙ୍କ ତରଫରୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ( ଆର୍ବିଆଇ) ଚଳିତ ଥର ଗୋଲ୍ଡ ସବ୍ସକ୍ରିପ୍ସନର ଦାମ୍ ୪,୯୧୨ ଟଙ୍କା ପ୍ରତି ଗ୍ରାମ୍ ସ୍ଥିର କରିଛି । ଏହି ସଭରେନ୍ ଗୋଲ୍ଡ ବଣ୍ଡ ସ୍କିମ୍ ୨୦୨୦-୨୧ ସିରିଜ୍ର ୧୧ତମ ସୁଯୋଗ ଅଟେ । ନିବେଶକଙ୍କ ପାଖରେ ଏଥିରେ ନିବେଶ କରିବା ପାଇଁ ୧ ଫେବ୍ରୁୟାରୀରୁ ୫ ଫେବ୍ରୁୟାରୀ ୨୦୨୧ ଯାଏ ସୁଯୋଗ ରହିଛି। ଆରବିଆଇ ନିଜର ବୟାନରେ ଏହା ମଧ୍ୟ କହିଛି କି ଏହି ବଣ୍ଡର ଅନ୍ଲାଇନ୍ ପେମେଣ୍ଟ ଓ କ୍ରୟ କରୁଥିବା ବ୍ୟକ୍ତିଙ୍କୁ ୫୦ ଟଙ୍କା ପ୍ରତି ଗ୍ରାମ ରିହାତି ଦେବାର ନିର୍ଣ୍ଣୟ ମଧ୍ୟ ନିଆଯାଇଛି। ଏମିତି ନିବେଶକଙ୍କ ପାଇଁ ଏହି ଗୋଲ୍ଡ ବଣ୍ଡର ଦାମ୍ ୪୮୬୨ ଟଙ୍କା ପ୍ରତି ଗ୍ରାମ୍ ହେବ । ରିଜର୍ଭ ବ୍ୟାଙ୍କ୍ ଶୁକ୍ରବାର ଦିନ କହିଛି କି ,ନୋମିନାଲ ମୂଲ୍ୟ ୪୯୧୨ଟଙ୍କା ସ୍ଥିର ହୋଇଛି । ବଣ୍ଡ୍ର ମୂଲ୍ୟ ଇଣ୍ଡିୟନ ବୁଲିୟନ ଏଣ୍ଡ ଜ୍ୱେଲର୍ସ ଏସୋସିଏସନ ଲିମିଟେଡ୍( ଆଇବିଜେଏ) ଦ୍ୱାରା ଦିଆଯାଇଛି । ୨୭ରୁ ୨୯ ଜାନୁୟାରୀ ମଧ୍ୟରେ ଗୋଲ୍ଡର ୯୯୯ ପ୍ୟୁରିଟିର ଗୋଲ୍ଡର ଆଭରେଜ୍ କ୍ଲୋଜିଙ୍ଗ୍ ପ୍ରାଇସ୍ ଆଧାରରେ ସ୍ଥିର କରାଯାଇଛି ।
ଆପଣ ସୁନା କିଣିବା ପାଇଁ ପ୍ରସ୍ତୁତ ହେଉଛନ୍ତି କି ?
|
January 31, 2021 |