ଆଠମଲ୍ଲିକ ବ୍ଲକର ପୂର୍ବତନ ସିଡିପିଓଙ୍କୁ ଜେଲ ଓ ଜରିମାନା

Spread the love

କଟକ, ୧୪/୮ (ସନ୍ଧାନ ନିୟୁଜ): ଲାଞ୍ଚ ଟଙ୍କା ଧରାପଡିବା ମାମଲାରେ କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଆଠମଲ୍ଲିକର ପୂର୍ବତନ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ(ସିଡିପିଓ) ସ୍ୱର୍ଣ୍ଣଲତା ମହାପାତ୍ରଙ୍କୁ ୩ବର୍ଷ ସଶ୍ରମ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଜରିମାନା ନ ଦେଲେ ତାଙ୍କୁ ଅଧିକ ୬ ମାସ ଅଧିକ ଜେଲ ଦଣ୍ଡ ଭୋଗ କରିବାକୁ ପଡିବ। ଭିଜିଲାନ୍ସ ପକ୍ଷରୁ ସ୍ପେଶାଲ ପବ୍ଲିକ୍‌ ପ୍ରସିକ୍ୟୁଟର ବିକ୍ରମ କେଶରୀ ସିଂହ ମାମଲା ପରିଚାଳନା କରୁଥିଲେ। ପ୍ରକାଶ ଯେ ୨୦୧୦, ମାର୍ଚ୍ଚ ୨୭ରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକର ତତ୍କାଳୀନ ସିଡିପିଓ ଶ୍ରୀମତୀ ମହାପାତ୍ର ସରକାରୀ ଗାଡ଼ିରେ ଆଠମଲ୍ଲିକରୁ ବଇଣ୍ଡା ରାସ୍ତାରେ ଯାଉଥିବା ବେଳେ ଭିଜିଲାନ୍ସ ଟିମ ତାଙ୍କ ଗାଡ଼ିକୁ ଅଟକାଇଥିଲା। ଗାଡ଼ି ଯାଞ୍ଚ ସମୟରେ ସେଥିରେ ୩ ଲକ୍ଷ ୧୪ହଜାର ୩ ଶହ ନଗଦ ଟଙ୍କା ମିଳିଥିଲା। ଏ ନେଇ କଟକ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା। ବର୍ତ୍ତମାନ ଶ୍ରୀମତୀ ମହାପାତ୍ର ଜଗତସିଂହପୁର କଲେକ୍ଟୋରେଟରେ ପ୍ରୋଗ୍ରାମିଂ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି।

Report Prakash Rout, Cuttack

Related Posts

About The Author

Add Comment