ଆଜୀବନ ସଜା କାଟି ଜେଲରୁ ଫେରିଥିବା ଆସାମୀଙ୍କ ଗୋଇଠା ମାଡ଼ରେ ଶ୍ରମିକ ମୃତ

Spread the love

ଧର୍ମଶାଳା,୧୮/୯: (ସନ୍ଧାନ ନିୟୁଜ): ପତ୍ନୀ ହତ୍ୟା ଅଭିଯୋଗରେ ଆଜୀବନ ସଜା କାଟି ଜେଲରୁ ଫେରିଥିବା ଆସାମୀଙ୍କ ଗୋଇଠା ମାଡ଼ରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି ଧର୍ମଶାଳା ଥାନା ଶଙ୍ଖାରିଡିହ ଛକ ନିକଟ ଟିକରସାହି ଗ୍ରାମର ବସନ୍ତ ସାମଲଙ୍କ ପୁଅ ସନାତନ(୩୪)। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଏବଂ କ୍ଷତିପୂରଣ ଦାବି କରି ଉତ୍ତ୍ୟକ୍ତ ଗ୍ରାମବାସୀ ଶଙ୍ଖାରିଡିହ ଛକରେ ଶବ ରଖି, ଟାୟାର ଜାଳି ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଖବର ପାଇ ଧର୍ମଶାଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ପରିବାର ଲୋକଙ୍କ ଅଭିଯୋଗକ୍ରମେ ପୁଲିସ ଏକ ହତ୍ୟା ମାମଲା ରୁଜୁକରି ଅଭିଯୁକ୍ତ ଗିରି ମଣ୍ଡଳକୁ ଗିରଫ କରିଛି।

ସୂଚନାଯୋଗ୍ୟ ଗିରି ମଣ୍ଡଳ ଗତ ୨୦୦୪ ମସିହାରେ ସ୍ତ୍ରୀଙ୍କୁ ହତ୍ୟା କରିବା ଅଭିଯୋଗରେ ଜେଲ୍‌ ଯାଇଥିଲା। ଆଜୀବନ କାରାଦଣ୍ଡ ଭୋଗିବା ପରେ ୨୦୧୬ରେ ଜେଲ୍‌ରୁ ମୁକୁଳି ଧର୍ମଶାଳା ବଜାରରେ ବ୍ୟବସାୟ କରୁଥିଲା।

REPORT M ROUT

Related Posts

About The Author

Add Comment