ଆଜି ଯାଏ ଘର ଭିତରେ ଫସିଛନ୍ତି ବିଷାଦର ସାପ

Spread the love

ଚାନ୍ଦବାଲି: (ସନ୍ଧାନ ନ୍ୟୁଜ୍/ପ୍ରଶାନ୍ତ ବାରିକ୍): ସୂଚନାନୁାରେ ଚାନ୍ଦବାଲି ବ୍ଲକ ନାନ୍ଦପୁର ପଞ୍ଚାୟତ କୋଇଲେଖା ଗ୍ରାମରେ ଜୟପ୍ରକାଶ ବିଶ୍ଵାଳ ( ଟି ଟୁ) ଙ୍କ ଘର ରାସ୍ତା କଡ଼ରେ ହୋଇଥିବାରୁ ଘର ବାହାର ଦେଇ ବନ୍ୟା ଜଳ ପ୍ରବାହିତ ହୋଇଥିଲା। ବନ୍ୟା ଯୋଗୁଁ ବିଭିନ୍ନ ବିଷଦର ସାପ ଗୁଡିକ ନିଜର ସୁରକ୍ଷା ପାଇଁ ଉକ୍ତ ଘରକୁ ସୁରକ୍ଷିତ ମନେକରିଥିଲେ। କିନ୍ତୁ ଆଜି ଯାଏ ଗୋଟିକ ପରେ ଗୋଟିକ ବାହାରକୁ ବାହାରି ବାରେ ଲାଗିଛନ୍ତି। ସୂଚନା ଅନୁଯାୟୀ ଗତ ଦୁଇ ଦିନ ତଳେ ଏକ ସାତ ଫୁଟ୍ ଲମ୍ବର ଏକ ବିଷାଦର ସାପ ତାଙ୍କ ବାରଣ୍ଡାରେ ବୁଲୁ ଥିବା ଦେଖି ଭୟ କରିବା ସହ ବାହାର ଲୋକଙ୍କୁ ଡାକ ପକାଇଥିଲେ। ଡାକ ଶୁଣି ପଡିଶା ଘର ର ଜଣେ ସାହାସୀ ଯୁବକ ପିଣ୍ଟନ ବିଶ୍ଵାଳ ନିଜର ସାହସିକତା ଓ ସତର୍କତା ସହ ସାପଟିକୁ କାବୁ କରି ଘରଠାରୁ ଅନ୍ୟତ୍ର ଛାଡ଼ି ଦେଇଥିଲେ। ସାପଟି କାହାରି କୌଣସି କ୍ଷତି କରିନଥିବା ଜଣା ପଡ଼ିବା ସହ ଉକ୍ତ ଯୁବକ ର ସାହସିକତା କୁ ପ୍ରଶଂସା କରିଛନ୍ତି।

Related Posts

About The Author

Add Comment