ଆଜି ବିଶ୍ଵ ଆଜ୍‌ମା ଦିବସ

Spread the love

ଭୁବନେଶ୍ୱର, ୦୫/୦୫/୨୦ (ସନ୍ଧାନ ନିଉଜ) : ବିଶ୍ୱ ଆଜ୍‌ମା ଦିବସ ହେଉଛି ଆଜ୍‌ମା ସଚେତନତା ଏବଂ ଯତ୍ନର ଉନ୍ନତି ପାଇଁ ଗ୍ଲୋବାଲ୍ ଇନିସିଏଟିଭ୍ ଫର୍ ଆଜ୍‌ମା (ଜିଏନା) ଦ୍ୱାରା ଆୟୋଜିତ ଏକ ବାର୍ଷିକ କାର୍ଯ୍ୟକ୍ରମ। ଆଜ୍‌ମା ଦ୍ୱାରା ପ୍ରଭାବିତ ଲୋକଙ୍କ ପାଇଁ ସଚେତନତା, ଯତ୍ନ ଏବଂ ସମର୍ଥନ ବୃଦ୍ଧି କରିବା ଏହାର ଉଦ୍ଦେଶ୍ୟ। ବିଶ୍ୱ ଆଜମା ଦିବସ ବର୍ଷର ମେ’ ମାସ ପ୍ରଥମ ମଙ୍ଗଳବାର ଦିନ ଆୟୋଜିତ ହୁଏ। ୧୯୯୮ ମସିହାରେ ବିଶ୍ୱ ଆଜ୍‌ମା ଦିବସ ପ୍ରଥମେ ଅନୁଷ୍ଠିତ ହୋଇଥିଲା। ଗତବର୍ଷ (୨୦୧୯) ମସିହାରେ ଏହା ମେ’ ୭ ତାରିଖରେ ପଡ଼ିଥିବା ବେଳେ, ଚଳିତ ବର୍ଷ (୨୦୨୦) ମସିହାରେ ମେ’ ୫ ତାରିଖରେ, ଆସନ୍ତା ବର୍ଷ (୨୦୨୧) ମସିହାରେ ମେ’ ୪ ତାରିଖରେ ଏବଂ ୨୦୨୨ ମସିହାରେ ମେ’ ୩ ତାରିଖରେ ପଡ଼ୁଛି ବିଶ୍ଵ ଆଜ୍‌ମା ଦିବସ।

ଆଜ୍‌ମା ବା କେହି କେହି ଏହାକୁ ଆସ୍ଥମା ବୋଲି କହିଥାଆନ୍ତି, ଏହା ଏକ ଏଭଳି ରୋଗ ଯାହା ଶ୍ବାସନ ତନ୍ତ୍ର ସହିତ ଜଡ଼ିତ। ପରିବର୍ତ୍ତିତ ଜୀବନଶୈଳୀ ଓ ଲଗାତର ପ୍ରଦୂଷଣ ବୃଦ୍ଧି ପାଉଥିବା କାରଣରୁ ଆଜ୍‌ମା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କେତେକ ଲୋକ ଆଜ୍‌ମାକୁ ଶୀତଦିନ ରୋଗ ବୋଲି ଭାବି ଥାଆନ୍ତି। ତେଣୁ ଗରମ ଦିନେ ଆଜ୍‌ମା ରୋଗୀ ଔଷଧ ସହିତ ଆବଶ୍ୟକୀୟ ସାବଧାନତା ଅବଲମ୍ବନ କରିବାରେ ଅବହେଳା ପ୍ରଦର୍ଶନ କରିଥାଆନ୍ତି। ଯାହା ଫଳରେ ଏହି ଦିନ ଆଜ୍‌ମା ଆଟାକ୍‌ ଆଶଙ୍କା ବଢ଼ି ଯାଇଥାଏ। ଆଜ୍‌ମା ସମସ୍ୟା ବଢ଼ିବାର କାରଣ କ’ଣ ଚାଲନ୍ତୁ ଜାଣିବା –

Related Posts

About The Author

Add Comment