ସୁନ୍ଦରଗଡ଼,(ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )କ୍ରୀତଦାସ କାମ ନ କରିବାରୁ ମାଲିକ ଙ୍କ ଠାରୁ ମାଡ ଖାଇ ସହ୍ୟ ନ କରି ପlରି ଶେଷ କୁ ଆତ୍ମହତ୍ୟା କରିଲେ ଯୁବକ l କିଛି ବର୍ଷ ତଳେ ଝାରଖଣ୍ଡ ରାଜ୍ୟ ରୁ ତଲସରା ଥାନା ଅନ୍ତର୍ଗତ ବନଡେଗା ଫାଣ୍ଡି ବନଡେଗା ଗ୍ରାମ ର ଆବୁ ସେହେମା ନାମକ ବ୍ୟକ୍ତି ସନ୍ତୋଷ ଲୁହୁରା ନାମକ ବ୍ୟକ୍ତି କୁ ଆଣି ଲୁଲକିଡ଼ିହି ଗ୍ରାମ ପଂଚାୟତ ଅନ୍ତର୍ଗତ ବ୍ରାହ୍ମଣୀବାହାଲ ଗ୍ରାମ ରେ ରଖି ନିଜ ଘର ର କାମ କରାଉଥିଲେ l ସୂଚନା ଅନୁସାରେ ଆବୁ ସେହେମା ଏହି କ୍ରୀତଦାସ ହିସାବ ରେ ସନ୍ତୋଷ ଲୁହୁରା କୁ ବେଶୀ କାମ କରାଇ କମ ଖର୍ଚ୍ଚ ଦେଉଥିଲେ ଓ ଏତିକି ତୋ ଉପରେ ମୋର ଟଙ୍କା ଆହୁରି ଧାର ହେଉଛି ବୋଲି ଠକି ଠକି କାମ କରାଉଥିଲେ l ଦଶହରା ପାଇଁ ସନ୍ତୋଷ ଲୁହୁରା ଦୁଇ ଦିନ କାମ କୁ ନ ଆସିବାରୁ ଆଜି ଆବୁ ସେହେମl ସନ୍ତୋଷ କୁ ଝଗଡା କରି ମାଡ ମାରିଥିଲେ l ଏହା ସନ୍ତୋଷ ସହି ନପାରି ଗୋଟିଏ ଗଛରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ l ଗ୍ରାମ ର କିଛି ଲୋକ ରସି ଲଗାଇ ଆତ୍ମହତ୍ୟା କରିଥିବା କଥା କୁ ଆସି ଆବୁ ସେହେମା ଙ୍କୁ କହିବାରୁ ସେହେମା ତୁରନ୍ତ ସେଠାକୁ ପହଞ୍ଚି ଆତ୍ମହତ୍ୟା କରିଥିବା ରସି କୁ କାଟି ଦୁଇ ଚକିଆ ଯାନ ରେ ଦୁଇ ଜଣ ଶବ କୁ ଗାଡି ର ମଝିରେ ବସାଇ ଜଙ୍ଗଲ ଆଡକୁ ପୋତି ଦେବା ପାଇଁ ନେଉଥିଲେ କିନ୍ତୁ ଜଙ୍ଗଲ ମଧ୍ୟ ରେ ଲୋକ ଥିବାର ଦେଖି ତୁରନ୍ତ ଗାଡି ଫେରାଇ ଆଣି ତାଙ୍କ ଘର ପାଖରେ ଜେଶିପି ଦ୍ଵାରା ଶବକୁ ପୋଟିବା ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ତଳସରା ପୋଲିସ ଶବ ଜବତ କରିବା ପରେ ବ୍ୟବଛେଦ ପାଇଁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଲୟ କୁ ପଠାଇଥିବା ଜଣା ପଡିଛି l ତଳସରା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡିଛି ।
ଆଜି ପର୍ଯ୍ୟନ୍ତ କ୍ରୀତଦାସ ପ୍ରଥା ଚାଲିଛି
|
October 18, 2024 |