ଆଜି ପବିତ୍ର ଜାଗର, ଟ୍ଵିଟ୍ କରି ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ଵର ୨୧/୦୨ (ସନ୍ଧାନ ନିୟୁଜ): ଆଜି ପବିତ୍ର ଜାଗର । ଚଳଚଞ୍ଚଳ ବିଭିନ୍ନ ଶୈବପୀଠ । ଶିବ ମନ୍ଦିର ମାନଙ୍କରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ ଲାଗିଛି । ଆଜି ପ୍ରଭୁ ଶିବଙ୍କ ପାଖରେ ଉଠିବ ମହାଦୀପ । ମହାଦେବଙ୍କ ନିକଟରେ ଭକ୍ତିର ଦୀପ ପ୍ରଜ୍ୱଳନ କରିବେ ଶ୍ରଦ୍ଧାଳୁ । ତେବେ ଶିବରାତ୍ରୀ ଉପଲକ୍ଷେ ରାଜନୈତିକ ମହଲରୁ ଛୁଟୁଛି ଅଭିନନ୍ଦନର ସୁଅ । ଟ୍ୱିଟ୍ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ମହାଶିବରାତ୍ରୀ ପାଇଁ ଶୁଭକାମନା ଜଣାଇଛନ୍ତି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ଵିଟ୍ କରିଛନ୍ତି ଯେ, ମହାଶିବରାତ୍ରୀର ଶୁଭ ଅବସରରେ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା। ଭଗବାନ ଶିବଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ସୁଖ, ସାନ୍ତି, ସମୃଦ୍ଧି ଆଣିଦେଉ।

Related Posts

About The Author

Add Comment