ଆଜି ଓଡ଼ିଶା ସମେତ ଯାଜପୁରର ଜିଲ୍ଲାର ପ୍ରତିଷ୍ଠା ଦିବସ

Spread the love

ଯାଜପୁର/୦୧/୦୪/(ସନ୍ଧାନ ନ୍ୟୁଜ୍) ଆଜି ଯାଜପୁର ଜିଲ୍ଲାର ପ୍ରତିଷ୍ଠା ଦିବସ । ଆଜିର ଦିନରେ ୧୯୯୩ ମସିହାରେ ଆମ ଯାଜପୁର ଜିଲ୍ଲାର ମାନ୍ୟତା ପାଇଲା । ଐତିହାସିକ ଓ ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା ଯାଜପୁର ଏକଦା ଓଡ଼ିଶାର ରାଜଧାନୀ ଥିଲା । ଯାଜପୁର ର ମା ବିରଜା କ୍ଷେତ୍ର, ମହାବିନାୟକ ମନ୍ଦିର , ଦ୍ୱିତୀୟ ଶ୍ରୀକ୍ଷେତ୍ର ଛତିଆ ଓ ବୌଦ୍ଧ କ୍ରୀତି ରାଜି ରତ୍ନଗିରି, ଉଦୟଗିରି, ଲାଙ୍ଗୁଡ଼ି, ରାଧାନଗର, ତରାପୁର, ସୁକିନ୍ଦା ର ମା ଖଣ୍ଡୁରାଇ, ଧର୍ମଶାଳା ର ବାବା ଗୋକର୍ଣ୍ଣେଶ୍ୱର, ରସୁଲପୁର ର ବାବା ଚନ୍ଦନେଶ୍ୱର, ବ୍ୟାସନଗର ର ବ୍ୟାସ ସରୋବର, ବିଂଝାରପୁର ର ବାବା ବରୁଣେଶ୍ୱର, ବଡଚଣା ର ଓଳାଶୁଣୀ ପୀଠ ଓ କୋରେଇ ର ସଂକଚିଲା ହିଙ୍ଗୁଳା ମନ୍ଦିର ଜିଲ୍ଲାର ମୁଖ୍ୟ ଧାର୍ମିକ ଓ ସାଂସ୍କୃତିକ ସ୍ଥଳ ଭାବ ରେ ସୁ ବିଦିତ । ଜିଲ୍ଲାରେ ପୁଣ୍ୟତୟା ବ୍ରାହ୍ମଣୀ ଓ ବୈତରଣୀ ନଦୀ ପ୍ରଭାହିତ ହୋଇ ଶସ୍ୟ ଶ୍ୟାମଳା ରେ ଭରିଦେଉଛି । ଜିଲ୍ଲାରେ ୭ ଟି ନିର୍ବାଚନ ମଣ୍ଡଳୀ, ୧୦ ଟି ବ୍ଲକ , ୧୧ ଟି ତହସିଲ କାର୍ଯ୍ୟାଳୟ, ୨ ଟି ମୁନ୍ସୀପାଲିଟି, ୩୨୦ ଗ୍ରାମ ପଞ୍ଚାୟତ ଥିବା ବେଳେ ୧୬ ନମ୍ବର, ୫୩ ନମ୍ବର ଓ ୨୦୦ ନମ୍ବର ଜାତୀୟ ରାଜପଥ ଗମନା ଗମନ କୁ ଜିଲ୍ଲାର ସବୁ ଅଂଚଳ ସହିତ ଯୋଡିବା ରେ ସହାୟକ ହୋଇଛି । କଳିଙ୍ଗନଗର ର ଇସ୍ପାତ ପ୍ରକଳ୍ପ, କ୍ରୋମ ଉପତ୍ୟକା ଓ ଲଘୁଖଣିଜ କଳାପଥର ପାହାଡ଼ ରୁ ଜିଲ୍ଲାର ସିଂହ ଭାଗ ରାଜସ୍ୱ ଆଦାୟ ହୁଏ । ଯାଜପୁର ଜିଲ୍ଲା ଗଠନ ହେବାର ୩୨ ବର୍ଷ ବିତି ଯାଇଥିଲେ ମଧ୍ୟ ହଜାର ହଜାର ପିଲା ଜିଲ୍ଲାରେ କାମ ନ ପାଇ ଦାଦନ ମୁହା । ଜିଲ୍ଲାରେ ରାଜ୍ୟର ପ୍ରମୂଖ ନଦୀ , ଉପନଦୀ, ନାଳ ପ୍ରଭାବିତ ହେଉଥିବା ସତ୍ୱେ ଚାଷୀ ବିଲ କୁ ପାଣି ଯାଏ ନାହିଁ । ବନ୍ୟା ଚାଷୀକୁଳ ର ସହଚର ବନ୍ଧୁ ଭାବରେ ପ୍ରତିବର୍ଷ ବ୍ୟାପକ କ୍ଷୟକ୍ଷତି କରାଏ । କଳିଙ୍ଗନଗର ଇସ୍ପାତ କାରଖାନା ରେ ଓଡ଼ିଆ ପିଲା ନିଯୁକ୍ତି ପାଆନ୍ତି ନାହିଁ । ସ୍ବାଧୀନତା ଆନ୍ଦୋଳନ ର ଏନ୍ତୁଡ଼ି ଶାଳ ବରୀ ର ଗୋପବନ୍ଧୁ ଓ ରମାଦେବୀ ଆଶ୍ରମ , କଳାମାଟିଆ ସହୀଦ ପୀଠ ଓ ପ୍ରଜା ମଣ୍ଡଳ ଆନ୍ଦୋଳନ ସ୍ମାରକୀ ପୀଠ ବୃନ୍ଦାଦେଇପୁର ଯାଜପୁର ଜିଲ୍ଲାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଅନେକ ପ୍ରଶାସକ ଜିଲ୍ଲା କୁ ଆସିଛନ୍ତି ଓ ଅନେକ ଭୂମି ପୁତ୍ର ଜିଲ୍ଲା ରୁ ବିଧାନସଭା ଓ ସଂସଦ କୁ ଯାଇଛନ୍ତି କିନ୍ତୁ ଜିଲ୍ଲା ବାସୀ ଙ୍କ ଭାଗ୍ୟ ର କୌଣସି ପରିବର୍ତ୍ତନ ହୋଇ ପାରି ନାହିଁ । ବିଜୁ ବାବୁଙ୍କ ସ୍ବପ୍ନ ର ୧୩ ଜିଲ୍ଲା ରୁ ୩୦ ଜିଲ୍ଲା ଗଠନ କରିବା ସଫଳ ହେଲା ସତ କିନ୍ତୁ ବିଜୁ ବାବୁ ଶାସନ ଲୋକାଭିମୁଖୀ ହେବ ବୋଲି ଯେଉଁ ସ୍ବପ୍ନ ଦେଖି ଜିଲ୍ଲା ଗଠନ କରିଥିଲେ । ତାହା ଆଜି ମରୀଚିକା ହୋଇଛି ।

Related Posts

About The Author

Add Comment