ଆଜି ଅଯୋଧ୍ୟା ଜମି ବିବାଦ ମାମଲାର ଗୁରୁତ୍ୱପୂର୍ଣ୍ଣ ଶୁଣାଣି

Spread the love
ନୂଆଦିଲ୍ଲୀ, ୬/୩ (ସନ୍ଧାନ ନିୟୁଜ) ଆଜି ଅଯୋଧ୍ୟା ଜମି ବିବାଦ ମାମଲାର ହେବ ଗୁରୁତ୍ୱପୂର୍ଣ୍ଣ ଶୁଣାଣି। ସୁପ୍ରିମ୍‌କୋର୍ଟରେ ଚାଲୁଥିବା ଏହି ମାମଲା ଉପରେ ଆଜି ଶୁଣାଣି ହେବ। ମଧ୍ୟସ୍ଥତା ଜରିଆରେ ହିନ୍ଦୁ ଓ ମୁସଲିମ୍ ପକ୍ଷକୁ ଆପୋଷ ବୁଝାମଣା କରିବାକୁ ନେଇ ଶୁଣାଣି କରିପାରନ୍ତି କୋର୍ଟ।

ଏହି ମାମଲାରେ ଶୀଘ୍ର ଫଇସଲା ପାଇଁ ଅଦାଲତଙ୍କ ତତ୍ତ୍ୱବଧାନରେ ଜଣେ ମଧ୍ୟସ୍ଥିଙ୍କ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯାଇପାରେ। ଗତ ୨୬ ତାରିଖରେ ମାମଲାର ଶେଷ ଥର ପାଇଁ ଶୁଣାଣି ହୋଇଥିଲା।

ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରୁଛନ୍ତି। ଅଯୋଧ୍ୟା ଜମି ବିବାଦ ମାମଲାରେ ୨୦୧୦ମସିହାରେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌କୋର୍ଟରେ ୧୪ଟି ମାମଲା ରୁଜୁ ହୋଇଛି।

ଯେଉଁଥିରେ ୨ ଦଶମିକ ୭୭ ଏକର ବିବାଦୀୟ ଜମିକୁ ସମାନ ଭାଗରେ ସୁନି ଓ୍ୱାକଫ୍ ବୋର୍ଡ, ନିର୍ମୋହି ଆଖଡ଼ା ଓ ରାମ ଲାଲାଙ୍କ ମଧ୍ୟରେ ବାଣ୍ଟିବାକୁ ଦିଆଯାଇଥିବା ରାୟ ଉପରେ ରୋକ୍‌ ଲଗାଯିବାକୁ ମଧ୍ୟ ଆବେଦନ ହୋଇଛି। ତେବେ ବିବାଦୀୟ ସ୍ଥଳରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମ୍‌କୋର୍ଟ।

Related Posts

About The Author

Add Comment