ଆଇସିସି ଟି-୨୦ ବିଶ୍ୱକପ ବିଜେତା ଉପରେ ଟଙ୍କାର ବର୍ଷା,ଘୋଷଣା ହେଲା ପୁରସ୍କାର ରାଶି

Spread the love

ନୁଆଦିଲ୍ଲୀ, ୧୦/୧୦/୨୦୨୧ (ସନ୍ଧାନ ନିଉଜ) : ଆଇସିସି ଟି-୨୦ ବିଶ୍ୱକପ ଆରମ୍ଭ ପାଇଁ ଆଉ କିଛି ଦିନ ବାକି ଅଛି। ୟୁଏଇ ଏବଂ ଓମାନରେ ଆୟୋଜିତ ହେବାକୁ ଥିବା ଆଇସିସିର ଏହି ବଡ ଟୁର୍ନାମେଣ୍ଟ ପାଇଁ ବିଭିନ୍ନ ଦଳ ଏଠାରେ ପହଞ୍ଚିବା ଆରମ୍ଭ କରିଛନ୍ତି। ଆୟୋଜକ ଭାରତ ମଧ୍ୟ ନିଜର ପ୍ରସ୍ତୁତୀ ଜାରି ରଖିଛି । ରବିବାର ଦିନ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଏହି ଟୁର୍ନାମେଣ୍ଟ ପାଇଁ ପୁରସ୍କାର ରାଶି ଘୋଷଣା କରିଛି। ପାଞ୍ଚ ବର୍ଷ ପରେ ଖେଳାଯାଉଥିବା ଟି -୨୦ ବିଶ୍ୱକପରେ ଏଥର ବିଜେତାମାନଙ୍କ ଉପରେ ଟଙ୍କା ବର୍ଷା ହେବ। ଆଇସିସି ଦ୍ୱାରା ପ୍ରକାଶିତ ଏକ ବିଜ୍ଞପ୍ତି ଅନୁଯାୟୀ, ଟୁର୍ନାମେଣ୍ଟ ଜିତୁଥିବା ଦଳକୁ ୧.୬ ମିଲିୟନ (ପାଖାପାଖି ୧୨ କୋଟି) ଏବଂ ରନର୍ସଅପ୍ ଦଳ ୮ ଲକ୍ଷ ଡଲାର (ପ୍ରାୟ ୬ କୋଟି) ପାଇବେ । ସେହିପରି ଟି -୨୦ ବିଶ୍ୱକପ୍‌ର ସେମିଫାଇନାଲିଷ୍ଟମାନଙ୍କୁ ପ୍ରାୟ ୩ କୋଟି ପୁରସ୍କାର ରାଶି ମିଳିବ । ଏହା ବ୍ୟତୀତ ଆଇସିସି ସୁପର ୧୨ ପର୍ଯ୍ୟାୟରେ ପ୍ରତ୍ୟେକ ମ୍ୟାଚ୍ ଜିତିବା ପାଇଁ ଦଳକୁ ବୋନସ୍ ପ୍ରଦାନ ଜାରି ରଖିବ । ଅକ୍ଟୋବର ୧୭ ରୁ ଟୁର୍ନାମେଣ୍ଟର ଆରମ୍ଭ ହେଉଥିବା ବେଳେ ଅକ୍ଟୋବର ୨୪ ରେ ପାକିସ୍ତାନ ବିପକ୍ଷ ବିଶ୍ୱକପରେ ଟୁର୍ନାମେଣ୍ଟ ଆୟୋଜକ ଭାରତ ପ୍ରଥମ ମ୍ୟାଚ୍ ଖେଳିବ। ଏହା ପରେ ଭାରତୀୟ ଦଳ ୩୧ ଅକ୍ଟୋବରରେ ନ୍ୟୁଜିଲ୍ୟାଣ୍ଡ ଏବଂ ପରେ ୩ ନଭେମ୍ବରରେ ଆଫଗାନିସ୍ତାନ ସହିତ ମୁକାବିଲା କରିବ। ଏଥର ମୋଟ ୧୬ ଟି ଦଳ ବିଶ୍ୱକପରେ ଭାଗ ନେଉଛନ୍ତି ଏବଂ ଟିମ୍-ଇଣ୍ଡିଆକୁ ଗ୍ରୁପ୍ -୨ ରେ ସ୍ଥାନିତ କରାଯାଇଛି ।

Related Posts

About The Author

Add Comment