ଅଳଙ୍କାର ଲୁଟ୍ ଅଭିଯୋଗରେ ଆସାମୀକୁ କୋର୍ଟ ଚାଲାଣ

Spread the love

ଯାଜପୁର, ୧୪/୦୮/୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ପ୍ରଥମାଖଣ୍ଡି ପଂଚାୟତ ଦାମଦରପୁର ଗ୍ରାମରୁ ଲୁଟ ହୋଇଥିବା ରୁପା ଅଳଙ୍କାରକୁ ଜବତ କରିବା ସହିତ ଆସାମୀକୁ କୋର୍ଟ ଚାଲାଣ କରିଚି । ଘଟଣାରୁ ପ୍ରକାଶ ଯେ, ରସୁଲପୁର ବ୍ଲକ୍ ଅନ୍ତର୍ଗତ ବାରବାଟୀ ଗ୍ରାମର ରୁପା ବ୍ୟବସାୟୀ ସୁବାଷ ସାହୁ ରୁପା ଅଳଙ୍କାର ଗହଣା ନେଇ ବିଭିନ୍ନ ଗ୍ରାମକୁ ବିକ୍ରି କରିବାକୁ ଯାଇଥିବା ବେଳେ, ସୁବାଷ ନିଜ ସ୍କୁଟିରେ ଏହି ଦାମଦରପୁର ଗ୍ରାମକୁ ରୁପା ଅଳଙ୍କାର ବିକ୍ରି କରିବାକୁ ଯଅଇଥିବା ବେଳେ, ଅନ୍ୟ ଏକ ଘରୁ ବାକି ଟଙ୍କା ସୁବାଷ ମାଟିଥିବା ସମୟରେ ଟଙ୍କା ନେଇ ଫେରିଲା ବେଳକୁ ସ୍କୁଟିରେ ଥିବା ଅଳଙ୍କାର ବ୍ୟାଗଟି ଚୋରିହୋଇଯାଇଥିବା ଦେଖିବାକୁ ପାଇଥିଲେ ।ଏନେଇ ସୁବାଷ କୁଆଖିଆ ଥାନରେ ଅଭିଯୋଗ କରିଥିଲେ । କୁଆଖିଆ ପୋଲିସ ତଦନ୍ତ ଚଳାଇଥିବା ବେଳେ, ରୁପା ଅଳଙ୍କାର ଲୁଟ କରିଥିବା ଅଭିଯୋଗରେ ସେହି ଗ୍ରାମର ପୁର୍ଣ୍ଣଚନ୍ଦ୍ରକୁ ଗିରଫ କରି ତାପାଖରୁ ୪୧ ହଳ ଅଳତାପାଟି, ୧୨ ଟି ରୁପା ବ୍ରେସଲେଟ୍ ପୋଲିସ ଜବତ କରିଥିଲା । ଯାହାର ଆନୁମାନିକ ଓଜନ ୧କେଜି ୫ଶହ ୫୩ଗ୍ରାମ ହେବ ବୋଲି କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ ସୂଚନା ଦେଇଥିବା ବେଳେ, ଆସମୀ ପୂଣ୍ଣଚନ୍ଦ୍ରକୁ ଥାନା ଅଧିକାରୀ ମଜୋଜ ସ୍ୱାଇଁ ସ୍ୱାସ୍ଥ୍ୟ ପରିକ୍ଷା କରାଯିବା ପରେ ଆସାମୀ ପୂର୍ଣ୍ଣଚନ୍ଦ୍ରକୁ କୁଆଖିଆ ପୋଲିସ ଚଣ୍ଡିଖୋଲ କୋର୍ଟକୁ ଚାଲାଣ କରିଚି ।

Related Posts

About The Author

Add Comment