ଧର୍ମଶାଳା, ୨୧/୧୦ (ସନ୍ଧାନ ନିୟୁଜ) ଆସନ୍ତା ନଭେମ୍ବର ମାସ ୧୧ ତାରିଖରେ ହେବାକୁ ଥିବା ଅଲ ଓଡିଶା ସୁନି ଇଜତେମା ପାଇଁ ଧର୍ମଶାଳା ବ୍ଲକ ନେଉଳପୁର ପଂଚାୟତ କଂଟାବଣିଆ ଗ୍ରାମସ୍ଥିତ ରଜେୟା ହବିବି ମଦ୍ରସା ପରିସରରେ ଅଲ ଇଣ୍ଡିଆ ତବଲିକ୍ ସିରତ୍, ଏସ.ଏନ କମିଟି ଓ ରାଜେୟା ହବିବି ତରଫରୁ ଏକ ପ୍ରସ୍ତୁତି ବୈଠକ ଓ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଲ ଓଡିଶା ସୁନି ଇଜେତେମ ସକାଳ ୬ରୁ ଆରମ୍ଭ ହୋଇ ସଂଧ୍ୟାରେ ଶେଷ ହେବାର କାର୍ଯ୍ୟପ୍ରନ୍ଥା ସ୍ଥିର କରାଯାଇଛି ।
https://www.youtube.com/watch?v=lIMIULmDXcQ
ସକାଳ ୬ରୁ ୧୨ଟା ପ୍ରର୍ଯ୍ୟନ୍ତ ଧାର୍ମିକ ସଂଗୀତ ଗାନ, ୧ଟା ପ୍ରର୍ଯ୍ୟନ୍ତ ଇସଲାମ ଧର୍ମ ସମ୍ପର୍କିତ ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମ, ୨ଟା ପ୍ରର୍ଯ୍ୟନ୍ତ ସମୂହ ନମାଜ ପାଠ, ଅପରାହ୍ନ ୪ଟା ପ୍ରର୍ଯ୍ୟନ୍ତ ବ୍ୟବହାର, କୋରାନ ପାଠ କରିବା, ଶାନ୍ତିଶୁଙ୍ଖଳା ରକ୍ଷା କରିବା ଦିଗରେ ଏକ ଧର୍ମିକ କାର୍ଯ୍ୟକ୍ରମ କରାଯିବାର କାର୍ଯ୍ୟପନ୍ଥା ସ୍ଥିର କରାଯାଇଛି । ପରେ ଅତିଥି ଭାବେ ହଜରତ ସୟଦ ଗୁଲାମ୍ ହବିବି ମିଲତ୍ ଅତିଥି ଭାବରେ ଯୋଗଦେଇ ଧର୍ମଚର୍ଚ୍ଚା କରାଯିବର କାର୍ଯ୍ୟକ୍ରମ ରହିଛି । ଏହି ସୁନି ଇଜତେମାରେ କିଭଳି ସମାଜରେ ଅସାମାଜିକ କାର୍ଯ୍ୟକ୍ରମ ନକରିବା, ଇସଲାମରେ ଭାଇଚାରା ବୃଦ୍ଧି କରିବା ସହିତ ବିଭିନ୍ନ ସଂସ୍କାର ମୂଳକ କାର୍ଯ୍ୟକ୍ରମ ମାନ କରାଯିବା ବୋଲି ସମାଜିକ ସମ୍ମଳନୀରେ ସଭାପତି ମୌଲାନା ହଜରତ ସାହାବୁଦିନ୍, ସମ୍ପାଦକ ହଜରତ ମୌଲାନା ନିଜାମୁଦ୍ଧିନ ସାମ୍ବାଦିକ ସମ୍ମଳନୀରେ ପ୍ରକାଶ କରିଛନ୍ତି । ଏଥିନିମତ୍ତେ ପାଖାପାଖି ୩୦ହାଜରୁ ଅଧିକ ଲୋକ ସାମଗମ ହେବାର ରହିଛି । ଏହାକୁ ଦୃଷ୍ଟିରେ ରଖି ୨ହଜାର ସ୍ୱଚ୍ଛାସେବୀ, ବିଭନ୍ନ୍ ଜିଲ୍ଲାରୁ ଅସିବାକୁ ଥିବା ଅତିଥି ମାନଙ୍କ ନିମତ୍ତେ ୨୦ଟି ଅସ୍ଥାୟୀ ଶୌଚାଳୟ ଏବଂ ରେଷ୍ଟ ରୁମ ଆଦି କରାଯିବା ବୋଲି ବୈଠକରେ ସ୍ଥିର କରାଯାଇଛି । ଏଥିରେ ଶାନ୍ତିଶୁଙ୍ଖଳା ରକ୍ଷା କରିବା ପାଇଁ ଧର୍ମଶାଳା ପୋଲିସର ସହଯୋଗ ଲୋଡାଯାଇଛି । ଏଥିରେ ସେକ୍ ଅସଲାମ ଅଲ୍ଲୀ , ଧର୍ମଶାଳା ଥାନା ଅଧିକାରୀ ଉମାକାନ୍ତ ନାୟକ ଏବଂ ବହୁ ବରିଷ୍ଠ ଲୋକମାନ ଯୋଗଦେଇ ଶାନ୍ତିଶୁଙ୍ଖଳା ରକ୍ଷା କରିବା ଦିଗରେ ଆଲୋଚନା କରିଥିଲେ ।