ଅରଖପୁର-ଚଣ୍ଡିଆ ରାସ୍ତା ପାଲଟିଛି ମରଣଯନ୍ତା: ୧୬ କୋଟି ଟଙ୍କା ଚଳୁରେ 

Spread the love
  • 79
    Shares

ଯାଜପୁର,୨୮.୫(ସନ୍ଧାନନୁ୍ୟଜ/ମାନସ ରାଉତ):ବଡଚଣା ବ୍ଲକ ଅନ୍ତର୍ଗତ କୁନ୍ଦଳ ପଞ୍ଚାୟତର ଅରଖପୁରରୁ ଚଣ୍ଡିଆ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ମରଣଯନ୍ତା ପାଲଟିଛି । ୨୦୧୫-୧୬ଆର୍ଥିକ ବର୍ଷରେ ଏହି ରାସ୍ତାର ନବୀକରଣ ପାଇଁ କଟକ ନର୍ଥ ଡିଭିଜନ ପକ୍ଷରୁ ଟେଣ୍ଡର କରାଯାଇ ୧୬କୋଟି ଟଙ୍କା ବ୍ୟୟ ଅଟକଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବନ୍ଧାପଦ୍ମନାଭପୁର ଠାରେ ଶିଳାନ୍ୟାସ କରାଯାଇଥିଲା । ନିର୍ମାଣ କାର୍ଯ୍ୟକୁ ଠିକାଦାର ଅଧପନ୍ତରିଆ ଭାବେ କାର୍ଯ୍ୟକରି ଛୁ ମାରିଥିବା ଦେଖିବାକୁ ମିଳିଛି । ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ପ୍ରାୟ ୫ଗୋଟି ପଞ୍ଚାୟତର ଅଧିବାସୀ ନାହିନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବିଶେଷ କରି ରାସ୍ତା ଉପରେ ଅଧିକ ନିର୍ଭରଶୀଳ କୁଳହରିପୁର ଗ୍ରାମର ଜନସାଧରଣ ସମେତ ସ୍କୁଲ,କଲେଜ ଛାତ୍ରଛାତ୍ରୀ ମାନେ ଅଧିକ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି । ବର୍ଷାଦିନ ପୂର୍ବରୁ ବନ୍ଧର ଅବସ୍ଥା ଏପରି ହୋଇଛି ପଥର ପ୍ୟାଚିଂ ସ୍ଥାନ ଗୁଡିକ ନଦୀ ଗର୍ଭରେ ଧସିଥିବା କାରଣରୁ ନଦୀବନ୍ଧ ଉପରେ ବସବାସ କରୁଥିବା ଅନେକ ଗ୍ରାମର ଗ୍ରାମବାସୀ ଆଗକୁ ବର୍ଷା ଦିନ ଆସୁଥିବାରୁ ବନ୍ୟା ପାଣିରେ ବନ୍ଧ ଭାଙ୍ଗିଯିବାର ଆଶଙ୍କାରେ ଅଧିବାସୀ ଆତଙ୍କିତ ଅବସ୍ଥାରେ ଗତି କରୁଛନ୍ତି । ସଂପୃକ୍ତ ଠିକାଦାରୀ ସଂସ୍ଥା ଅଧାରୁ କାମ ଛାଡିଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି । ଏଥିପ୍ରତି ଯାଜପୁର ଜିଲ୍ଲାପାଳ ଦୃଷ୍ଟିଦେବା ସହ ବର୍ଷା ପୂର୍ବରୁ ବନ୍ଧରାସ୍ତା କାର୍ଯ୍ୟ ଶେଷ କରିବାକୁ ଅଧିବାସୀ ମାନେ ଦାବୀ କରିଛନ୍ତି ।

  • 79
    Shares

Related Posts

About The Author

Add Comment