ଭୁବନେଶ୍ଵର ୨୦/୦୫ (ସନ୍ଧାନ ନିଉଜ): ପାଣିପାଗର ତାଜା ସୂଚନା ଅନୁସାରେ ଅପରାହ୍ନରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ କରିଛି | ସନ୍ଧ୍ୟା ସୁଦ୍ଧା ପଶ୍ବିମବଙ୍ଗର ଦୀଘା ଓ ବାଂଲାଦେଶର ହତିୟା ମଧ୍ୟରେ ସୁନ୍ଦରବନ ଦେଇ ଅମ୍ଫାନ୍ ସ୍ଥଳଭାଗ ଅତିକ୍ରମ କରିବ। ଅମ୍ଫାନ୍ ଅତିକ୍ରମ କରିବା ସମୟରେ ତୀବ୍ର ବେଗରେ ପବନ ବହିବ । ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ମଧ୍ୟରେ ସୁନ୍ଦରବନ ଅଞ୍ଚଳରେ ସ୍ଥଳଭାଗ ଛୁଇଁବ।
ବାତ୍ୟା ଅମ୍ପନ ପାରାଦୀପ ଉପକୂଳରୁ ୧୨୦ କିଲୋମିଟର ଦୂରରେ ଅତିକ୍ରମ କରିଛି। ବାତ୍ୟା ପରାଦୀପ ନିକଟତର ହେବା ସମୟରେ ସର୍ବାଧିକ ୧୦୬ କିଲୋମିଟର ବେଗରେ ପବନ ବହିଥିଲା। ବର୍ତ୍ତମାନ ବାତ୍ୟା ପାରାଦୀପଠାରୁ ଦୂରେଇ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ପଶ୍ଚିମବଙ୍ଗ ଅଭିମୁଖେ ଗତି କରୁଛି।