ଅଭିମନୁ୍ୟ ସାମନ୍ତ ସିଂହାରଙ୍କ ଜନ୍ମ ଦିବସରେ ମାଲ୍ୟାର୍ପଣ ।

Spread the love

ଯାଜପୁର, ୦୭/୦୨/୨୦୧୨ (ସନ୍ଧାନ ନିଉଜ) : ପବିତ୍ର ମାଘ ସପ୍ତମୀ ଅବସରରେ ଯାଜପୁର ଜିଲ୍ଳ୍ା ପ୍ରଶାସନ, ସଂସ୍କୃତି ପରିଷଦ, ଅଭିମନୁ୍ୟ ସାଂସ୍କୃତିକ ପରିଷଦର ମିଳିତ ସହଯୋଗରେ ଅଭିମନୁ୍ୟ ସାମନ୍ତ ସିଂହାରଙ୍କ ପବିତ୍ର ଜନ୍ମ ଦିବସ ପାଳିତ ହୋଇଥିଲା । ସୋମବାର ପୂର୍ବାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଥିବା ବିଦଗ୍ଧ କବି ଅଭିମନୁ୍ୟ ସାମନ୍ତ ସିଂହାରଙ୍କ ପ୍ରତିମୂର୍ତ୍ତିରେ ଅତିରିକ୍ତ ଜିଲ୍ଳ୍ାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ି୍ଳକ ମାଲ୍ୟାର୍ପଣ କରିବା ସହ ଅଭିମନୁ୍ୟଙ୍କ କାବି୍ୟକ ପ୍ରତିଭା ଚିର ଅମର ବୋଲି କହିଥିଲେ । ତାଙ୍କ ରଚନା ଅନନ୍ୟ ସମୃଦ୍ଧ, ସରଳ ଓ ହୃଦୟସ୍ପର୍ଶୀ । ଯୁଗ ପରେ ଯୁଗ ଏହା ଓଡିଆ ସାହିତ୍ୟକୁ ଋଦ୍ଧିମନ୍ତ କରି ଚାଲିଥିବ ବୋଲି ସେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ତଥା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ ଅଭିମନୁ୍ୟ ସାଂସ୍କୃତିକ ପରିଷଦର ସଭାପତି ଡା. ରାଜ କିଶୋର ପଣ୍ଡା , ସାଧାରଣ ସଂପାଦକ ତଥା ବରିଷ୍ଠ ସାମ୍ୱାଦିକ କୈଳାସ ଚନ୍ଦ୍ର ନାୟକ, ସହ ସଂପାଦକ ନିତ୍ୟାନନ୍ଦ ମିଶ୍ର, ଉପସଭାପତି ମନ୍ମଥ ରାୟ , ବରିଷ୍ଠ ସାମ୍ୱାଦିକ ଆନନ୍ଦ ଚନ୍ଦ୍ର ସାହୁ, ଜିଲ୍ଳ୍ା ପଞ୍ଚାୟତ ଅଧିକାରୀ ଅଶୋକ କୁମାର ସେଠୀ, ସୋମନାଥ ସାହୁ, ସୁଶାନ୍ତ କୁମାର ଗୋଚ୍ଚ୍ଥାୟତ ପ୍ରମୁଖ ଯୋଗଦେଇ ଅଭିମନୁ୍ୟ ସାମନ୍ତ ସିଂହାରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସ୍ମୃତିଚାରଣ କରିଥିଲେ । ପ୍ରତୁ୍ୟଷରୁ ପତଞ୍ଜଳି ଯୋଗ ସମିତିର ସଦସ୍ୟ ମାନେ ମଧ୍ୟ ଅଭିମନୁ୍ୟ ସାମନ୍ତ ସିଂହାରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

Related Posts

About The Author

Add Comment