ଅବସର ପ୍ରାପ୍ତ ରେଲେୱ କର୍ମଚାରୀଙ୍କ ପରଲୋକ

Spread the love
  •  
  •  
  •  
  •  
  •  

ଚଣ୍ଡିଖୋଲ, ୦୩/୦୫ (ସନ୍ଧାନ ନିଉଜ) ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତ ବାଲିଗରି ଗ୍ରାମର ଅବସରପ୍ରାପ୍ତ ରେଲେୱ କର୍ମଚାରୀ ମାଧବାନନ୍ଦ ସାହୁଙ୍କ ୯୭ବର୍ଷ ବୟସରେ ନିଜ ବାସଭବନରେ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ଧରି ରେଳ ବିଭାଗରେ କର୍ମଚାରୀ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ । ସେ ଜଣେ ମିଷ୍ଟଭାଷୀ, ମେଳାପୀ ମଣିଷ ଭାବେ ଏହି ଅଂଚଳରେ ବେଶ ଜଣାଶୁଣା ଥିଲେ । ଅବସର ଗ୍ରହଣ ପରେ ଅନେକ ସମୟରେ ପରିବେଷ ସୁରକ୍ଷା କର୍ଯ୍ୟରେ ଚାରା ରୋପଣ, ଧାର୍ମିକ ଅନୁଷ୍ଠାନ ମାନଙ୍କରେ ନିଜକୁ ଜଡିତ କରୁଥିଲେ । ତାଙ୍କର ବିୟୋଗ ଖବର ମିଳିବା ପରେ ଏହି ଅଂଚଳରେ ଶୋକର ଚାୟା ଖେଳିଯାଇଛି । ବହୁ ବିଶିଷ୍ଠ ଲୋକ ତାଙ୍କର ଅମରଆତ୍ମାର ସଦଗତି କାମନା କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ମୃତ୍ୟୁ ସମୟରେ ତାଙ୍କର ମଝିଆ ପୁଅ ମହେଶ୍ୱର ସାହୁ, ସାନ ପୁଅ ସନ୍ତୋଷ ସାହୁ, ସମେତ ସମସ୍ତ ବୋହୁ, ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ । ଶେଷରେ ବଡପୁଅ ଲକ୍ଷ୍ମୀଧର ସାହୁ ମୁଖାଗ୍ନୀ ଦେଇଥିଲେ ।

Related Posts

About The Author

Add Comment