ଭୁବନେଶ୍ୱର ୨୨/୦୪ (ସନ୍ଧାନ ନିଉଜ) ଅବରୋଧ ଅଂଚଳ ମୁକ୍ତ ହେଲା ଭୁବନେଶ୍ୱର । ସତ୍ୟନଗର, ସୂର୍ଯ୍ୟନଗର, ଓ ବମିଖାଲରୁ ଉଠିଲା କଂଟେନମେଂଟ କଟକଣା । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ହେଲେ,ଆଗାମୀ ୭ ଦିନ ପର୍ଯ୍ୟନ୍ତ ଏହି ସବୁ ଅଂଚଳ ଉପରେ ତୀକ୍ଷଣ ନଜର ରଖିବ ପ୍ରଶାସନ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରିଛି ବିଏମସି । ସବୁଠୁ ବଡ କଥା ହେଲା ଗତ ସାତ ଦିନ ମଧ୍ୟରେ ଭୁବନେଶ୍ୱରରେ କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନାହାଁନ୍ତି । ଏହାକୁ ଦୃଷ୍ଟିରେ ରଖି ବିଏମସି ଏହି ନିଷ୍ପତି ନେଇଛି ।
ଅବରୋଧ ଅଞ୍ଚଳ ମୁକ୍ତ ହେଲା ଭୁବନେଶ୍ୱର
|
April 22, 2020 |