କରଞ୍ଜିଆ, ୧/୬ (ସନ୍ଧାନ ନିୟୁଜ) କରଞ୍ଜିଆ ଥାନା ଅନ୍ତର୍ଗତ ଦୁଧିଆଣି ଗ୍ରାମପଞ୍ଚାୟତ ଅଁଳାକୋଟା ଗ୍ରାମରେ ସେହିଗ୍ରାମର ଗମଂହା ବାନାରା ନାମକ ଜୈନକ ବୃଦ୍ଧଙ୍କ କୌଣସି ସନ୍ତାନ ସନ୍ତତି ନ ଥିବାରୁ ଗ୍ରାମର ବିଭିନ୍ନ ଲୋକଙ୍କ ସହିତ ସବୁ ବେଳେ କଳି ଝଗଡା କରୁଥାଏ। ହେଲେ ଗତ କାଲି ସାପ୍ତାହିକ ହାଟ ଥିବାରୁ ପେଟେ ମଦ ପିଇ ଦେଇ ସେହି ଗ୍ରାମର ଧନେଶ୍ୱର ଲୋହାରଙ୍କୁ ନିଜ ଘରକୁ ଡାକି ତାଙ୍କ ଦେହରେ ବିଷ୍ଟା ବୋଳିବା ଦ୍ୱାରା ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ଶ୍ରୀ ଲୋହାର ତାଙ୍କ ଘରୁ ଆସିବା ବେଳେ ଏକ କଟୁରୀରେ ଧନେଶ୍ୱର ଲୋହାରଙ୍କୁ ମୁଣ୍ଡକୁ ହାଣିବା ଦ୍ୱାରା ତଳେ ପଡିଯାଇଥିଲେ। ପରେ ସେ ମଧ୍ୟ ଅତ୍ୟଧିକ ମଦ୍ୟପାନ କରି ଥିବାରୁ ନିଜକୁ ସମ୍ଭାଳି ପାରି ନ ଥିଲେ ଏହାର ସୁଯୋଗ ନେଇ ଧନେଶ୍ୱର ବୃଦ୍ଧଙ୍କୁ ପାଲଟା ଆକ୍ରମଣ କରି ବାରମ୍ବାର ମୁଣ୍ଡ ଏବଂ ବେକ ଗୋଡରେ ହାଣିବା ଫଳରେ ଘଟଣା ସ୍ଥଳରେ ହିଁ ବୃଦ୍ଧଙ୍କ ମୃତ୍ୟୁ ହଇଯାଇଥିଲା। ତେବେ ଗ୍ରାମରେ ଏକ ନିଛାଟିଆ ଜାଗାରେ ତାଙ୍କର ଘର ହୋଇଥିବାରୁ ଗ୍ରାମର କେହି ଜାଣି ପାରି ନ ଥିଲେ। ତେବେ ଆଜି ନିଜର ସ୍ତ୍ରୀ ଏ ସମ୍ପର୍କରେ ଗ୍ରାମରେ ଆସି କହିବାରୁ ଦିନ୧୧ଘଟିକା ସମୟରେ କରଞ୍ଜିଆ ଥାନା ପୋଲିସ ଗ୍ରାମବାସୀ ଖବର କରିବାରୁ ଘଟଣା ସ୍ଥଳକୁ କରଞ୍ଜିଆ ଥାନା ପୋଲିସ ଯାଇ ଘଟଣାର ତର୍ଜମା କରିବା ସହିତ ଗୁରୁତର ଆହତ ଧନେଶ୍ୱର ଲୋହାର ଏବଂ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଉପଖଣ୍ଡ ଚିକିତ୍ସାଲୟକୁ ଆଣିଥିବା ସୂଚନା। ତେବେ ଏପରି ଘଟଣା କରଞ୍ଜିଆ ଥାନା ଅଞ୍ଚଳରେ ବହୁଳ ମାତ୍ରାରେ ବଢି ଚାଲିଥିଲେ ମଧ୍ୟ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଫେଲ ମାରିଛି ତେବେ ଏଇ ଘଟଣା ପରେ ଦୋଷୀଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ପୋଲିସ ଗ୍ରହଣ କରିଛି ତାହା ଦେଖିବା ପାଇଁ ବାକି ରହିଲା
ଅନ୍ଧ ବିଶ୍ୱାସର କରୁଣ ପରିଣତି। ବୃଦ୍ଧକୁ କଟୁରୀ ହାଣି ନିର୍ମମ ହତ୍ୟା କଲେ ଯୁବକ
|
June 1, 2019 |