ସୁନ୍ଦରଗଡ ତା:୫/୮/୨୦୨୨( ସନ୍ଧାନ ନିଉଜ/ ରାଜୁ ପଟେଲ) ସବଡେଗା ବ୍ଲକ ବିଦ୍ୟୁତ ଉପଭୋକ୍ତା ବିଦ୍ୟୁତର ବିଭିନ୍ନ ସମସ୍ୟାକୁ କେନ୍ଦ୍ରକରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଂଚଳର ଅନେକ ଗ୍ରାମର ଠିକ ସମୟରେ ବିଦ୍ୟୁତ ବିଲ ଦିଆଯାଉଥିଲେ ମଧ୍ୟ ବିଦ୍ୟୁତ ବିଭାଗର ଠିକ ସମୟରେ ମରାମତିରେ ତଥା ତଦାରଖରେ ଅବହେଳା ହେତୁ ଗ୍ରହତ ସେବାରୁ ବଂଚିତ ରହୁଥିବା ଅଭିଯୋଗ ଲାଗିରହିଛି ।ଆଜି ସବଡେଗା ବିଦ୍ୟୁତ ସବଷ୍ଟେସନର ମୁଖ୍ୟ କେବୁଲରେ ସଟସର୍କିଟ ଯୋଗୁଁ ନିଆଲାଗି ଯାଇଥିଲା । ବିଦ୍ୟୁତ କର୍ମଚାରୀଙ୍କ ଅନେକ ସମୟଧରି ମରାମତି କାଯ୍ୟ କରାଯାଇଥିଲା ବିଭିନ୍ନ ବିଜୁଳି ସେବା ବ୍ୟହତ ହେବାରୁ ଉପଭୋକ୍ତା ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି ।
ଅନେକ ସମୟଧରି ସବଡେଗା ଅଞ୍ଚଳରେ ବିଦ୍ୟୁତ ସେବା ବ୍ୟାହତ
|
August 6, 2022 |