ଅନୁଗୋଳ, ୨୧/୧ (ସନ୍ଧାନ ନିୟୁଜ) ଅନୁଗୋଳ ଜିଲ୍ଲା କାଙ୍ଗୁଲା ଗ୍ରାମରେ ନାବଳିକାକୁ ଦୁଷ୍କର୍ମ ପରେ ହତ୍ୟା !ବାପାଙ୍କ ପାଇଁ ଖାଇବା ନେଇ ଯିବା ବେଳେ ଘଟିଛି ଘଟଣା, ଏହାପରେ ପଥରରେ ଛେଚି ହତ୍ୟା କରିଛି ଅଭିଯୁକ୍ତ। ବୁଦାମୂଳରୁ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ଅନୁଗୋଳ ପୋଲିସ ସହ ଏସ.ପି ଓ ଡି.ଆଇ. ଜି ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ଜଣେ ୭ମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା ଅଭିଯୋଗ। ଅଭିଯୁକ୍ତ ଫେରାର ହୋଇଯାଇଛି ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ଡ଼ିଆଇଜି ନରସିଂହ ଭୋଳ, ଏସପି ମିତ୍ରଭାନୁ ମହାପାତ୍ର ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ଅପରାହ୍ନ ସମୟରେ ନିଛାଟିଆ ଦେଖି ସେହି ଗାଁର ଗୋଡି ସାହିର ଜଣେ ଯୁବକ ଛାତ୍ରୀଙ୍କୁ ଅଟକାଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା। ଏହାପରେ ଶବକୁ ଘୋଷାରି ନେଇ ପ୍ରାୟ ୫୦୦ ମିଟର ଦୂର ଲିଙ୍ଗରାଜୋଡୀ ନାଳ କୂଳରେ ଥିବା ଏକ ବୁଦା ଭିତରେ ଫିଙ୍ଗି ଦେଇ ପଳାଇ ଥିଲା। ବହୁ ସମୟ ଧରି ଝିଅ ନଫେରିବାରୁ ଝିଅର ମା ଆସି ଖୋଜି ଥିଲେ। ନାଳ କୂଳରେ କ୍ଷତ ବିକ୍ଷତ ଶବ ପଡିଥିବା ଦେଖିଥିଲେ। ଏହା ପରେ ଶତାଧିକ ଗ୍ରାମବାସୀ ଘଟଣାସ୍ଥଳରେ ପହଁଚି ଥିଲେ। ଖବର ପାଇ ପୋଲିସ ପହଁଚି ତଦନ୍ତ ଆରମ୍ଭ କରି ଥିଲା। ସାଇଣ୍ଟିଫିକ ଟିମ ଆସି ତଦନ୍ତ କରିବେ। ଆସନ୍ତା କାଲି ଶବ ବ୍ୟବଛେଦ କରାଯିବ। ତେବେ ଏଭଳି ଘଟଣାକୁ ନେଇ ସେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି।
Report- A behera, Anugul