ଅତଲାପୁର ଗ୍ରାମପଞ୍ଚାୟତ ରେ ଆଇନ୍ ସଚେତନତା ସଭା।

Spread the love

ଯାଜପୁର  ୪/୮/୨୬ (ସନ୍ଧାନ ନ୍ୟୁଜ)  ଗତ ଜୁଲାଇ ୨୭ ତାରିଖ re ଯାଜପୁର ଜିଲ୍ଲା ଦୌରାଜଜ୍ ତଥା ଆଇନ୍ ସେବା  ପ୍ରାଧିକରଣ ଅଧ୍ଯକ୍ଷ ଶ୍ରୀ ଅମ୍ରୁତ ରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ରସୁଲପୁର ବ୍ଲକ୍ ଅନ୍ତର୍ଗତ ଅତଲାପୁର ଗ୍ରାମପଞ୍ଚାୟତ ସଭଗ୍ରୁହରେ ଆଇନ୍ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରାଧିକରଣ ସଚୀବ ଶ୍ରୀମତୀ ଲିପା ମହାନ୍ତି ଅଧ୍ୟକ୍ଷତାକରି ପ୍ରାଧିକରଣ ର କାର୍ଯ୍ୟ ପରିସର, କେଉଁମାନେ ଏହାର ଉପଭୋକ୍ତା ତାହା ପ୍ରକାଶ କରିବା ସହିତ  ସଭାର ସୂଚନା ଦେଇଥିଲେ। ଏଥିରେ ରସୁଲପୁର ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀ ସତ୍ୟନାରାୟଣ ଦାଶ, ଯାଜପୁର ରୋଡରେ ଅବସ୍ଥାପିତ ଡି ଏସ୍ ପି ଶ୍ରୀ ଶରତ କୁମାର ପାତ୍ର , ଆରକ୍ଷୀ ନିରୀକ୍ଷକ କୁଆଖିଆ ଶ୍ରୀ ସୁଶାନ୍ତ କୁମାର ସେଠୀ ଓ ପ୍ରାଧିକରଣର ପ୍ରାକ୍ତନ ସଦସ୍ଯ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଡ ରୁଦ୍ରନାରାୟଣ ପ୍ରୁଷ୍ଟି ପ୍ରମୁଖ ଅତିଥି ଆଲୋଚକ ଭାବେ ଯୋଗଦେଇ ନାଲସାର ୨୦୨୫ ମସିହା ସ୍ପ୍ରୁହା ସଚେତନତା କାର୍ଯ୍ୟକ୍ରମ ଯଥା ଯେଉଁମାନେ କଷ୍ଟ ରେ  ଅଛନ୍ତି ଲୁଚି ଯାଉଛନ୍ତି କାହାକୁ କହିପାରୁ ନାହାଁନ୍ତି ସେମାନଙ୍କ ପାଖରେ ସରକାରୀ ଜନମଙ୍ଗଳ ଯୋଜନା ଓ ଆଇନ୍ ସେବା କିପରି ପହଞ୍ଚିପାରିବ ସେ ବିଷୟରେ ଆଲୋଚନା କରିବା ସହିତ ମହମ୍ମଦ ଅହମଦ ଖାନ୍ ବନାମ୍ ଶାହାବାନୋ ବେଗମ୍ ଅପିଲ୍ ମାମଲା ୧୦୩ ର ପରିଣତ ଓ ବର୍ତ୍ତମାନ ମୁସଲିମ୍ ମହିଳା ଆବଶ୍ଯକ ସ୍ଥଳେ କିପରି ଭରଣ ପୋଷଣ ହକ୍, ମାଗଣା ଆଇନ୍ ସେବା ପାଇପାରିବେ ସମସ୍ୟାର ଶିଘ୍ର ସମାଧାନ ହୋଇପାରିବ ସେ ବିଷୟରେ ବିସ୍ତୃତ ବକ୍ତବ୍ଯ ରଖିଥିଲେ। ସ୍ଥାନୀୟ ସରପଞ୍ଚ ଅନେସା କସର ଧନ୍ଯବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରାଙ୍ଗ ଚରଣ ପ୍ରଧାନ ଓ ପ୍ରାଧିକରଣ କର୍ମଚାରୀମାନେ ସହଯୋଗ କରିଥିଲେ।

Related Posts

About The Author

Add Comment