ଅଙ୍ଗାଳ ପଂଚାୟତର ସରପଂଚ ଇସ୍ଥଫା ଦେଲେ

Spread the love

ଯାଜପୁର ସଦର,୧୦ା୧୦: ଯାଜପୁର ଜିଲ୍ଲା ବରୀ ବ୍ଲକ ଅଙ୍ଗାଳ ପଂଚାୟତର ସରପଂଚ ଶକୁନ୍ତଳା ମଲିକ ସରପଂଚ ପଦରୁ ଇସ୍ଥଫା ଦେଇଥିବା ଜଣାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ତାଙ୍କ ବିରୋଧରେ ଅନ୍ୟାସ୍ଥା ପ୍ରସ୍ଥାବ ଆଗତ ଆସିବାପରେ ଅନ୍ୟାସ୍ତା ଲାଗି ମୁଖ୍ୟ ଭୂମିକା ୮ଜଣ ୱାର୍ଡ ସଭ୍ୟ ଶ୍ରୀମତୀ ମଲିକ ଜିଲ୍ଲାପାଳଙ୍କ ଅଦାଲତରେ ୩ଟି ବୈଠକରେ ଅନୁପସ୍ଥିତ ଥାଇ ସେମାନଙ୍କ ସଭ୍ୟ ପଦ ରଦ୍ଦ କରାଯାଇଥିଲା । ଏହାପରେ ଅନ୍ୟସ୍ଥାରୁ ବର୍ତ୍ତିବା ପାଇଁ ତାଙ୍କର ସମସ୍ଥ ବିପଦ ଟଳିଯାଇଥିଲା । ମାତ୍ର ଏହି ୮ଜଣକୁ ଛାଡ଼ି ଅବଶିଷ୍ଠ ୬ ୱାର୍ଡ଼ ସଭ୍ୟଙ୍କୁନେଇ ଚଳିତ ମାସ ୯ତାରିଖ ଗୁରୁବାର ଅନ୍ୟସ୍ଥା ହେବାର ତାରିଖ ଧାର୍ଯ୍ୟ କରାଯାଇଥିଲା । ଏହି ଅନ୍ୟସ୍ଥାରେ ତାଙ୍କ ପ୍ରତି ବିପଦ ନଥିଲେ ମଧ୍ୟ ଅନ୍ୟସ୍ଥା ହୋବର ଗୋଟିଏ ଦିନ ପୂର୍ବରୁ ସେ ଇସ୍ଥଫା ଦେବା ପ୍ରସଙ୍ଗ ରାଜନୈତିକ ଚର୍ଚ୍ଚାପାଇଁ ଖୋରାଗ ଯୋଗାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ୨୦୦୨ ମସିହାରୁ ୫ଟି ନିର୍ବାଚନ ମଧ୍ୟରୁ ସୁନନ୍ଦାଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ ନିର୍ବାଚିତ ହୋଇଥିବା ବେଳେ, ଆଉ ଦୁଇ ତାଙ୍କ ସମର୍ଥକ ଲୋକମାନେ ନିର୍ବାଚିତ ହୋଇଥିଲେ ଗତଥର ଶକୁନ୍ତଳା ନିବ୭ାଚିତ ହୋଇଥିଲେ । ଯେଉଁଥିରେ ୮ଜଣ ୱାର୍ଡ଼ ମେମ୍ବର ସଭ୍ୟ ପଦ ରଦ୍ଦ ହୋଇଚି । ସେମାନଙ୍କ ମଧ୍ୟରେ ନ୍ୟାୟବ ସରପଂଚ ରହିଛନ୍ତି । ବର୍ତ୍ତମାନ ସରପଂଚ ଇସ୍ଥଫା ଦେବାପରେ କିଏ ଏହି ଦାୟିତ୍ୱରେ ରହିବ ପୁର୍ନ୍ନବାର ନିର୍ବାଚନ କରଯିବ ତାହା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଚି । ଶ୍ରୀମତୀ ମଲିକଙ୍କୁ ପଚାରିବାରୁ ମୋ ସ୍ୱାସ୍ଥ୍ୟଗତ ପାଇଁ ଇସ୍ଥଫା ଦେଇଚି ବୋଲି ସୂଚନା ଦେଇଛନ୍ତି ।

Related Posts

About The Author

Add Comment