ଅଗ୍ନିକାଣ୍ଡରେ ୩ ବଖରା ଘର ଜଳିଗଲା।

Spread the love

 

ଜେନାପୁର,୨୮/୮ (ସନ୍ଧାନ ନିୟୁଜ): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧିନ ଚକ୍ରଧରପୁର ପଞ୍ଚାୟତ କୁସୁନପୁର ଗ୍ରାମରେ ଅଗ୍ନିକାଣ୍ଡ ଯୋଗୁଁ ୩ ବଖରା ଘର ଜଳି ଯାଇଥିବା ଜଣାପଡ଼ିଛି। ଏଥିରେ ବ୍ୟାପକ ଜିନିଷପତ୍ର ନଷ୍ଟ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ କୁସୁନପୁର ଗ୍ରାମର ଚେମା ମଳିକଙ୍କ ପୁଅ ଭାନୁ ପ୍ରତାପ ମଳିକ ଙ୍କ ପରିବାର ବୁଧବାର ରାତିରେ ଖାଇ ପିଇ ସୋଇଥିଲେ। ନିଆଁ ତାତି ଲାଗିବାରୁ ସେମାନେ ଉଠିଥିଲେ। ହଠାତ ଘର ଜଳିବା ଦେଖିବାକୁ ପାଇ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ। ପାଟି କରିବାରୁ ଗ୍ରାମବାସୀ ମାନେ ଦୌଡ଼ି ଆସି ନିଆଁ କୁ ଲିଭାଇ ବାକୁ ଚେଷ୍ଟା କରିଥିଲେ। ମାତ୍ର ପାଖରେ ପାଣି ଆଣିବାକୁ କୌଣସି ସୁବିଧା ନ ଥିବାରୁ ନଳକୂପ ରୁ ପାଣି ଆଣି ଲିଭାଇବା ସମ୍ଭବ ହୋଇ ନଥିଲା। ଖବର ପାଇ ଚଢ଼େଇଧରା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ ମଧ୍ୟ ଘର ଜଳିବା ସହିତ, ଧାନ, ଚାଉଳ, ଆସବାପାତ୍ର,ପିଲାଙ୍କ ପାଠ ପଢ଼ା ବହି, ଅନେକ ଜିନିଷ ପତ୍ର ଏବଂ ନଗଦ ଟଙ୍କା ପୋଡ଼ି ନଷ୍ଟ ହୋଇ ଯାଇଥିବା ଜଣାପଡ଼ିଛି

Related Posts

About The Author

Add Comment