ଅଖିଳ ଭାରତୀୟ ଅଘରିଆ ସମାଜ, ଓଡ଼ିଶା ପ୍ରଦେଶ ଦଶମ ପ୍ରାଦେଶିକ ସମ୍ମିଲନୀ ଓଚତୁର୍ଥ ଗାଙ୍ଗପୁର ଅଞ୍ଚଳ ସମ୍ମିଲନୀ -୨୦୨୫ ଅନୁଷ୍ଠିତ

Spread the love

ସୁନ୍ଦରଗଡ ତା:୧୬/୨/୨୦୨୫(ସନ୍ଧାନ ନ୍ୟୁଜ/ରାଜୁ ପଟେଲ) ସବଡେଗା ଗିରିଶ ଚନ୍ଦ୍ର ନାଏକ କଲ୍ୟାଣ ମଣ୍ଡପ ରେ ତିନିଦିନ ଧରି ଅଖିଳ ଭାରତୀୟ ଅଘରିଆ ସମାଜ ଓଡ଼ିଶା ପ୍ରଦେଶ ଦଶମ ପ୍ରାଦେଶିକ ମହା ସମ୍ମିଲନୀ ସହିତ ଚତୁର୍ଥ ଗାଙ୍ଗପୁରର ଆଞ୍ଚଳିକ ସମ୍ମିଲନୀ ସବଡେଗାରେ ଅନୁଷ୍ଠିତ ହୋଇ ଶୁଭାରମ୍ଭ ହୋଇଯାଇଛି । ଏହି କ୍ରମରେ ଗତ ଶୁକ୍ରବାର ଏକ ରଥ ସବଡେଗା ରୁ ଏକ ରଥରେ ଲଏଡା ଗ୍ରାମ ଗୁଡ଼ିର ପୂଜା ଅର୍ଚ୍ଚନା ପରେ ମାଟି କୋଡି କଳସରେ ରଥ ସାହାଯ୍ୟରେ ସବଡେଗା ଗୁଡ଼ିକୁ ଅଣାଯାଇଥିଲା । ଏହି ରଥ କୁଲାବିରା, ସମାଶିଂହା,ଭସ୍ମା କରମଡିହି ଅତିକ୍ରମ କରିବା ସମୟରେ ପ୍ରତ୍ୟେକ ଅଞ୍ଚଳରେ ରଥକୁ ସ୍ଵାଗତ କରିବା ସହ ପୂଜାକରି ସବଡେଗା ଗୁଡ଼ିକୁ ପହଞ୍ଚିବା ପରେ ଗ୍ରାମର ମହିଳା ମାନଙ୍କ ଦ୍ଵାରା ସହେ ଆଠ କଲଶ ଦ୍ଵାରା ସ୍ଵାଗତ ସହ ଅଣାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ ସଭାପତି ଦିନବନ୍ଧୁ ନାଏକ,ଓଡ଼ିଶା ପ୍ରଦେଶ ରାଜ୍ୟ ସମ୍ପାଦକ ସୁରେଶ କୁମାର ପଟେଲ, ଗାଙ୍ଗପୁର ଅଞ୍ଚଳ ସୁନ୍ଦରଗଡ ସଭାପତି ଯଶୋବନ୍ତ ନାଏକ, ଓଡ଼ିଶା ପ୍ରଦେଶ ସାଧାରଣ ସମ୍ପାଦକ ସନାତନ ନାଏକ,ଦେବେନ୍ଦ୍ର ପଟେଲ ସମ୍ପାଦକ ଗାଙ୍ଗପୁର ଅଞ୍ଚଳ ସହିତ ଓଡ଼ିଶା ପ୍ରଦେଶ ଉପଦେଷ୍ଟା ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ପଟେଲ ଯୋଗ ଦେଇ ଜାତି ଭାଇ ମାନଙ୍କୁ ସମାଜର ପ୍ରତ୍ୟେକ ନିୟମାବଳୀ ସହିତ ସମସ୍ତେ କିପରି ଭାବରେ ତାକୁ କାର୍ଯ୍ୟକାରୀ କରିବେ ସେ ବିଷୟ ରେ ଅବଗତ କରାଇଥିଲେ ।ଓଡ଼ିଶା ପ୍ରଦେଶ ରାଜ୍ୟ ସମ୍ପାଦକ ସୁରେଶ କୁମାର ପଟେଲ ପୂର୍ବ କାର୍ଯ୍ୟ ବିବରଣୀ ପାଠ କରିବା ସହିତ ଆଗତ ସମୟରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟ ରେ ସମଷ୍ଟଙ୍କୁ ଅବଗତ କରାଇଥିଲେ । ଗାଙ୍ଗପୁର ଅଞ୍ଚଳ ସୁନ୍ଦରଗଡ ସଭାପତି ଯଶୋବନ୍ତ ନାଏକ ସମାଜର ପ୍ରତ୍ୟେକ୍ କ୍ଷେତ୍ରକୁ ଆଲୋକପାତ କରିବା ସହିତ ସମାଜର କିପରି ଭାବରେ ଶୃଙ୍ଖଳିତ ରହିବ ସେ ବିଷୟ ରେ ଆଲୋଚନା କରିଥିଲେ । ସବଡେଗା ଗୁଡ଼ି ସଭାପତି ବସନ୍ତ ପଟେଲ ଓଡ଼ିଶା ପ୍ରଦେଶର ସମସ୍ତ ଜାତିଭାଇ ମାନଙ୍କୁ ସ୍ବାଗତ ଭାଷଣ ଦେବା ସହିତ ସମାଜକୁ ଆଗେଇ ନେବାରେ ସମସ୍ତ୍ନଙ୍କ ସଂଯୋଗ କାମନା କରିଥିଲେ ।

Related Posts

About The Author

Add Comment