ଅକ୍ସିଜେନ୍ ଦେଉଛି ଓଡ଼ିଶା: ୪୯ଟି ଟ୍ୟାଙ୍କରରେ ବିଭିନ୍ନ ରାଜ୍ୟକୁ ଦେଲାଣି ୮୬୯ ମେଟ୍ରିକ୍ ଟନ୍ ଅମ୍ଳଜାନ

Spread the love
  •  
  •  
  •  
  •  
  •  

ଭୁବନେଶ୍ୱର, ୨୫/୦୪/୨୧ (ସନ୍ଧାନ ନିଉଜ): କରୋନା କାଳରେ ସାରା ଦେଶରେ ଦେଖାଦେଇଛି ଅକ୍ସିଜେନ ସଂକଟ । ଏଭଳି ଦୁସ୍ଥିତିରେ ସମୟରେ ବିଭିନ୍ନ ରାଜ୍ୟରୁ ସହାୟତାର ହାତ ବଢ଼ାଇଛି ଓଡ଼ିଶା । ଗତ ତିନି ଦିନ ଭିତରେ (ଆଜି ସୁଦ୍ଧା) ଓଡ଼ିଶା ମୋଟ୍ ୪୯ଟି ଅକ୍ସିଜେନ୍ ଟ୍ୟାଙ୍କର ଯୋଗେ ବିଭିନ୍ନ ରାଜ୍ୟକୁ ପଠାଇଛି ୮୬୯ ମେଟ୍ରିକ ଟନ୍ ମେଡିକାଲ୍ ଅକ୍ସିଜେନ୍ । ଅନୁଗୋଳ, ଢେଙ୍କାନାଳ, ରାଉରକେଲା ଓ ଯାଜପୁରରେ ଥିବା ବିଭିନ୍ନ ଶିଳ୍ପସଂସ୍ଥାରୁ ଏହି ଅକ୍ସିଜେନ ଯୋଗାଣ କରାଯାଉଛି । ଆଜି ଆଉ କିଛି ଟ୍ୟାଙ୍କର ଯୋଗେ ଅକ୍ସିଜେନ୍ ପଠାଯିବ ।

ଓଡ଼ିଶାରୁ ଅକ୍ସିଜେନ ଉତ୍ତରପ୍ରଦେଶ, ଦିଲ୍ଲୀ, ହରିୟାଣା, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଭଳି ରାଜ୍ୟକୁ ଯୋଗାଇଛି ଓଡ଼ିଶା । ଅକ୍ସିଜେନ ଯୋଗାଣକୁ ବାଧାମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ସେଲ ଗଠନ କରାଯାଇଛି । ଗ୍ରୀନ କରିଡର ଯୋଗେ ଅକ୍ସିଜେନ ଯୋଗାଣ ଜାରି ରହିଛି । ଅକ୍ସିଜେନ ଟ୍ୟାଙ୍କର ଯାଉଥିବା ରାସ୍ତାକୁ ଟ୍ରାଫିକ ମୁକ୍ତ କରିବା ପାଇଁ ବିଭିନ୍ନ ଜିଲ୍ଲାର ଏସପି, ଡିସିପି, ରେଞ୍ଜ ଆଇ.ଜି ଓ ଡିଆଜିଙ୍କୁ ଦାୟିତ୍ୱ ଦିଆଯାଇଛି ।

Related Posts

About The Author

Add Comment