ଅକ୍ଟୋବର ୩୧ ଯାଏ ସଂଶୋଧନ, ଜାନୁଆରି ୪ରେ ଚୁଡ଼ାନ୍ତ ଭୋଟର ତାଲିକା

Spread the love

ଭୁବନେଶ୍ୱର  ୧/୯ (ସନ୍ଧାନ ନିୟୁଜ): ଆଜି ଠାରୁ ଆଗାମୀ ସାଧାରଣ ନିର୍ବାଚନ ଲାଗି ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଅକ୍ଟୋବର ମାସ ୩୧ ତାରିଖ ଯାଏ ଚାଲିବ। ୨୦୧୯ ମସିହା ଜାନୁଆରି ୪ ତାରିଖରେ ଚୁଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି।
ଆଜି ଶ୍ରୀ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ମୋଟ୍‌ ୩ କୋଟି ୧୨ ଲକ୍ଷ ୫୨ ହଜର ୩୩୩ ଜଣ ଭୋଟର ଅଛନ୍ତି। ତେଣୁ ଏହି ଭୋଟରମନେ ୩୭ ହଜାର ୬୦୩ ଟି ବୁଥରେ ଭୋଟ ଦେବେ। ଗ୍ରାମାଞ୍ଚଳରେ ଗୋଟିଏ ବୁଥରେ ୧୨ଶହ ଭୋଟର ଭୋଟ ଦେବାର ବ୍ୟବସ୍ଥା କରାଯାଇଥିବା ବେଳେ ସହରାଞ୍ଚଳରେ ଗୋଟିଏ ବୁଥରେ ୧୪ଶହ ଭୋଟର ଭୋଟ୍‌ ଦେଇପାରିବେ। ତେବେ ନିର୍ବାଚନ ପୂର୍ବରୁ ଆଜି ଠାରୁ ଭୋଟର ତାଲିକା ସଂଶୋଧନ ଆରମ୍ଭ ହୋଇଛିି। ଭାଟରମାନେ ସେମାନଙ୍କ ନାମ ଭୋଟର ତାଲିକାରେ ସଂଯୋଗ ଓ ବିଛିନ୍ନ କରି ପାରିବେ। ଦୁଇଟି ସ୍ଥାନରେ ଭୋଟର ତାଲିକାରେ ନାମ ଥିଲେ ସମ୍ପୃକ୍ତ ଭୋଟରଙ୍କ ନାମ ଗୋଟିଏ ତାଲିକାରୁ ବାଦ ପଡ଼ିବ। ସେହିପରି ଭୁଲ ତଥ୍ୟ ଦେଇଥିଲେ ଭୋଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଯଦି କୌଣସି ଉପଯୁକ୍ତ ଓ ଯୋଗ୍ୟ ଭୋଟରଙ୍କୁ ଅଧିକାରୀ ଭୋଟର ତାଲିକାରୁ ବାଦ ଦେଇଥାନ୍ତି, ତେବେ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଭୋଟରମାନେ ନିଜ ନିଜ ବୁଥରେ ସେମାନଙ୍କ ଭୋଟର ତାଲିକା ସଂଶୋଧନ କରି ପାରିବେ। ଏଥିପାଇଁ ବୁଥସ୍ତରୀୟ ଅଧିକାରୀଙ୍କ ନିକଟରେ ଭୋଟରମାନେ ଆବେଦନ କରି ପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ କୁମାର କହିଛନ୍ତି।

Related Posts

About The Author

Add Comment